November 23, 2024

ବୁଗୁଡ଼ାଞ୍ଚଳ ମହାଶିବରାତ୍ରୀରେ ଚଳଚଞ୍ଚଳ, ବିଭିନ୍ନ ଶୈବପୀଠରେ ଜାଗର ଯାତ୍ରା ପାଳିତ

Share

 

ବୁଗୁଡ଼ା : ତା ୧୮/୦୨/୨୩ : ମହାଶିବରାତ୍ରୀ

ଉପଲକ୍ଷେ ବୁଗୁଡ଼ା ଅଞ୍ଚଳର ବିଭିନ୍ନ ଶୈବପୀଠରେ

ଆଜି ଶ୍ରଦ୍ଧା ଓ ଭକ୍ତିର ସହ ଜାଗର ଯାତ୍ରା ପାଳିତ

ହୋଇଯାଇଛି । ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲସ୍ଥ ଜଗଦୀଶ୍ବର, ଗଙ୍ଗାଧରେଶ୍ବର, ମୁକ୍ତେଶ୍ଵର, ବୁଦ୍ଧେଶ୍ବର ଓ ସିଦ୍ଧେଶ୍ଵର ଆଦି ପଞ୍ଚ ଶମ୍ଭୁ ସମେତ କୈଳାସନଗରସ୍ଥ କୁବେରେଶ୍ବର, ଭାମଶିଆଳିର ଗୁପ୍ତେଶ୍ଵର ଓ ଆମ୍ବିଳିଝରସ୍ଥ ଲୋକନାଥ ମନ୍ଦିର , ହରଶରଣପୁରସ୍ଥ ମୁକ୍ତେଶ୍ଵର ଓ ବୀରଧନଞ୍ଜୟପୁରସ୍ଥ ବାଲୁଙ୍କେଶ୍ବର ମନ୍ଦିର ,ଉଦୟପୁର ଗ୍ରାମର କପିଳେଶ୍ଵର , ବୁଗୁଡ଼ାର ସୋମନାଥ , ବାଲୁଙ୍କେଶ୍ଵର ଓ କାଶୀ ବିଶ୍ବନାଥ , ଗୋଲିଆର ଲଙ୍ଗଳେଶ୍ୱର , ବାଲିପଦରସ୍ଥ ନୀଳକଣ୍ଠେଶ୍ବର ,ମାଣିତରାର କପିଳେଶ୍ବର , ତାଳସାକର ଗ୍ରାମସ୍ଥ ସପ୍ନେଶ୍ବର , ମକରାପଲ୍ଲୀର ରାମେଶ୍ବର , ମୁକୁନ୍ଦପୁର ଗ୍ରାମସ୍ଥ କପିଳେଶ୍ଵର ସ୍ବାମୀ , ଭୋଗଡାର ଉମାଶଙ୍କର , ବେତାରସିଂର ସପ୍ନେଶ୍ବର ସ୍ବାମୀ , ଗୋଳାବନ୍ଧର ଲୋକନାଥ ସ୍ବାମୀ , ସୋଲଣ୍ଡିର ଶୁବନେଶ୍ବର , ଖୋଳଖାଳିର ଗଙ୍ଗାଧର ସ୍ବାମୀ , ଚକରାପଲ୍ଲୀର ଗଙ୍ଗାଧର ସ୍ବାମୀ , ଏ. କରଡ଼ାବାଡ଼ିର ନୀଳକଣ୍ଠେଶ୍ଵର, ବଣପଲ୍ଲୀର ବିଶ୍ବେଶ୍ବର , ସୋରଡର ବାଲୁଙ୍କେଶ୍ଵର , ଅରଖପୁରସ୍ଥ ତାଡେଶ୍ବର , ଅନ୍ତରପଡାର ରାମେଶ୍ଵର , ସଦାଶିବପୁରସ୍ଥ ନୀଳକଣ୍ଠେଶ୍ଵର , ବେଠିଆବୋରଦାର ଲୋକନାଥେଶ୍ବର , କାନସୁକାର ରାମେଶ୍ଵର , ଗୌଡିଆବୋରଦାର ଲଙ୍ଗଳେଶ୍ୱର ଓ ଚରଣ କପିଳେଶ୍ଵର , ଗାନ୍ଧିନଗର ଗାଁର ନୀଳକଣ୍ଠେଶ୍ଵର , ତାକରଡାର ଚନ୍ଦ୍ର କଳ୍ପେଶ୍ଵର , କଞ୍ଚୁରୁର ରାମେଶ୍ଵର , ମାଣିବନ୍ଧ ଗାଁର ତୁମ୍ବେଶ୍ବର , ପ୍ରତାପ ଧନଞ୍ଜୟପୁରସ୍ଥ ସକଳେଶ୍ବର , ବେଲପଡ଼ାର ବାବା ବିଶ୍ବେଶ୍ବର , କାଦପଡାର ଭୁବନେଶ୍ବର ସ୍ବାମୀ , ରାମଗଡର ମୁକ୍ତେଶ୍ଵର , ପୋଚାଲୁଣ୍ଡିର ଚନ୍ଦନେଶ୍ଵର , ପଙ୍କଳବାଡି ଓ ପାଙ୍ଗିଡ଼ି ଗ୍ରାମର ସପ୍ନେଶ୍ବର, କୁଶପଲ୍ଲୀର ଐଶନେଶ୍ବର, କୁଆନଳାର ଭୁକ୍ତେଶ୍ବର ମନ୍ଦିର ସାଙ୍ଗକୁ ଅଞ୍ଚଳର ଅନ୍ଯାନ୍ଯ ଶିବ ମନ୍ଦିରରେ ଭକ୍ତିର ସହିତ ଜାଗର ଯାତ୍ରା ପାଳିତ ହୋଇଯାଇଥିବା ବେଳେ ଅଧିକାଂଶ ଶୈବପୀଠରେ ଭକ୍ତମାନଙ୍କ ଉଜାଗର ନିମିତ୍ତ ଅଷ୍ଟ ପ୍ରହର ନାମ ସଂକୀର୍ତ୍ତିନ ଯଜ୍ଞ , ଭ

ଭଜନ ସମାରୋହ ଓ ରାମାୟଣ ନାଟକ ଆଦି ଅନୁଷ୍ଠିତ ହୋଇଯାଇଛି । ବୈଶ୍ବିକ ମହାମାରୀ କରୋନା କାରଣରୁ ଗତ ଦୁଇ ବର୍ଷ ପ୍ରଶାସନିକ କଟକଣା ଯୋଗୁଁ ଜାଗର ଯାତ୍ରା ଫିକା ପଡିଯାଇଥିଲା ବେଳେ ଚଳିତ ବର୍ଷ ମହା ଜାକଜମକରେ ଆନନ୍ଦ ଉଲ୍ଲାସର ସହ ଏହାକୁ ପାଳନ କରାଯାଇଥିବାରୁ ପ୍ରତ୍ଯେକ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ସମାବେଶ ଦେଖିବାକୁ ମିଳିଥିଲା ।