April 25, 2026

ଚନ୍ଦ୍ରକଳ୍ପେଶ୍ୱର ପିଠରେ କ୍ଷୀରାଭିଷେକ

IMG-20230218-WA0016
Share

କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ବାଇଗଣବାଡ଼ି ସ୍ଥିତ ଚନ୍ଦ୍ରକଳ୍ପେଶ୍ୱର ମନ୍ଦିରରେ ପବିତ୍ର ମହା ଶିବରାତ୍ର ଉପଲକ୍ଷେ ମହାମୃତ୍ୟୁଞ୍ଜୟ ମନ୍ତ୍ରଧ୍ୱନିରେ କ୍ଷୀରାଭିଷେକ କରାଯାଇଛି।ପ୍ରତିବର୍ଷ ସମବାୟବିତ ସୁଧୀର ରାଉତଙ୍କ ତତ୍ୱାବଧାନରେ ଏହିପରି କ୍ଷୀରାଭିଷେକ କରାଯାଉଛି। ଅମ୍ବିକା ପ୍ରସାଦ ଦାସ, ସୁଶୀଲ ପ୍ରଧାନ, ଗୁରୁକୁଳ ଇଣ୍ଟରନେସନାଲର ଚେୟାରମ୍ୟାନ ପ୍ରଶାନ୍ତ ମହାପାତ୍ର, ସନାତନ ସଂଗ୍ରାମ ସିଂ, ମହୁଡା ସମିତିସଭ୍ୟ ଯତୀନ୍ଦ୍ର ପାତ୍ର, ବାଘଲଟି ସମିତିସଭ୍ୟ ସାରଥୀ ଗୌଡ଼, ବାଲିପଡ଼ା ସରପଞ୍ଚ ଝିଲ୍ଲୀ ସେଠି ପ୍ରମୁଖ ଯୋଗଦେଇ କ୍ଷୀରାଭିଷେକ କରିଥିଲେ.. ଚନ୍ଦ୍ରକଳ୍ପେଶ୍ୱରଙ୍କୁ ସପରିବାର ପୂଜାର୍ଚନା କରିଥିଲେ। ସୁଧୀର ରାଉତ ସପତ୍ନୀଙ୍କ ସହ ବେଲପତ୍ରରେ ଅଭିଷେକ କରିଥିଲେ। ପୂଜକ ସନ୍ତୋଷ ତ୍ରିପାଠୀ ,କେଦାର ପତି ପୂଜାର୍ଚନା କରିଥିଲେ। ରଜିତ ପାତ୍ର, ୱାର୍ଡ ସଭ୍ୟ ମଣ୍ଟୁ ପାତ୍ର, କବିର ଡାକୁଆ, ପ୍ରମୋଦ ନାୟକ, ଗୌରୀ ପାତ୍ର, ଟୁନା ବିଶୋଇ, କୁନା ବିଶୋଇ,ରୋହିତ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ