May 11, 2026

ଡ଼ି.କଇଠପଲ୍ଲୀ ୟୁ ପି ସ୍କୁଲରେ ୮ମ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ

IMG-20250118-WA0043
Share

 

ପ୍ରତିମାସ ଭଳି ଜାନୁୟାରୀ ମାସରେ ମଧ୍ୟ ଭଞ୍ଜନଗର ବ୍ଳକ ଶିକ୍ଷା କାର୍ଯ୍ୟାଳୟ ଅଧିନସ୍ଥ ବଡକୋଦଣ୍ଡା କ୍ଲଷ୍ଟର ଅନ୍ତର୍ଗତ ଡ଼ି କଇଠପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ୮ମ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସିଆରସିସି ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁର୍ବତନ ସିଆରସିସି ମୋହନ ସାହୁ ଏବଂ ୧୧ ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ (ଏଫ୍ ଏଲ୍ ଏନ୍) ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ। ଏହି ମାସିକ ବୈଠକ ରେ ଶିକ୍ଷାର ବିକାଶ ସକାଶେ ବିଭିନ୍ନ ପାଠ୍ୟକ୍ରମ, ଶିକ୍ଷଣ ସାମଗ୍ରୀ ଓ ଶିକ୍ଷାଦାନ ପଦ୍ଧତି ଉପରେ ଆଲୋଚନା କରାଯାଇଥିଲା। ଉକ୍ତ ବିଦ୍ୟାଳୟ ପରିଦର୍ଶନ କରି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହାର ଭୌତିକ ଓ ଶୈକ୍ଷିକ ପରିବେଶ ଅତି ସୁନ୍ଦର ହୋଇଥିବାରୁ ସମସ୍ତେ ସନ୍ତୋଷ ବ୍ୟକ୍ତ କରିଥିଲେ। ପ୍ରକାଶ ଥାଉକି, ଏହି ମାସିକ ବୈଠକର କିଛି ଦିନ ପୂର୍ବରୁ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ମାନସିକ ସନ୍ତୁଷ୍ଟି ଓ ଶାରିରୀକ ବିକାଶ ପାଇଁ ଏକ ନୂତନ ଦୋଳି ସ୍ଥାପନ କରାଯାଇଥିଲା। ଏହି ଦୋଳି କୁ ସିଆରସିସି ଦ୍ଵିତୀକୃଷ୍ଣ ଲେଙ୍କା ଓ ବିଦ୍ୟାଳୟର ସଭାପତି ରଘୁନାଥ ରଣା ଉପସ୍ଥିତ ରହି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ମାନଙ୍କ ଗହଣରେ ଆନୁଷ୍ଠାନିକ ଭାବେ ଉଦଘାଟନ୍ କରିଥିଲେ। ଏହ ବିଦ୍ୟାଳୟର ସହକାରୀ ଶିକ୍ଷକ ଶିଶିର କାନ୍ତ ପତି ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପାଚିକା ସହାୟିକା ଉପସ୍ଥିତ ରହି ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ।

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ