ଭେଡେନରେ ଜନଶୁଣାଣି
*: ନାଗପଡ଼ା ରାସ୍ତା ମରାମତି ପାଇଁ ୧୫ ଦିନର ଅଲ୍ଟିମେଟମ୍, ନହେଲେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା**ବରଗଡ, ୧୬/୧୧ (ସୁରେନ୍ଦ୍ର କଠା):* ଲୋକେ ନିଜର ମୌଳିକ ସମସ୍ୟାର ସମାଧାନ ପାଇଁ ଶାସନ ଓ ପ୍ରଶାସନକୁ ଅଭିଯୋଗ କରିବା ହେଉଛି ନିଜର ମୌଳିକ ଅଧିକାର। ଭାରତ ସ୍ୱାଧୀନ ହେବାର ୮ ଦଶନ୍ଧି ପରେ ମଧ୍ୟ ଲୋକେ ମୌଳିକ ଅଧିକାର ପାଇବାରୁ ବଞ୍ଚିତ ଅଛନ୍ତି। ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ରେମଣ୍ଡା ପଞ୍ଚାୟତର ନାଗପଡ଼ା ବାସିନ୍ଦା।ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ରେମଣ୍ଡା ପଞ୍ଚାୟତ ଅଧୀନ ନାଗପଡ଼ା ଗ୍ରାମର ମୁଖ୍ୟ ରାସ୍ତା ଗାଁରୁ ବାହାରି ରେଙ୍ଗାଲି କ୍ୟାମ୍ପ ରୁ ପପଙ୍ଗା କେନାଲ ରାସ୍ତାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅତି ଶୋଚନୀୟ ହୋଇପଡ଼ିଛି।ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଆଗରୁ ଅନେକ ଥର ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଠାରୁ ନେଇ ଜିଲ୍ଲା ଜନଶୁଣାଣି ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରାସ୍ତା ମରାମତି କରାଯାଇ ନାହିଁ। ଆଜି ମଧ୍ୟ ସେହି ଅତି ଶୋଚନୀୟ ରାସ୍ତାରେ ଲୋକେ ଯିବା ଆସିବା କରୁଛନ୍ତି।*ଖାଲ ଖମାରେ ଭର୍ତ୍ତି ରାସ୍ତା, ନାହିଁ ଯିବା ବାଟ*ରାସ୍ତାରେ ବଡ଼ ବଡ଼ ଖାଲ ଖମା ହୋଇଯାଇଛି। ବର୍ଷା ହେଲେ ପାଣି ଜମି ଯାଉଛି। ଛାତ୍ରଛାତ୍ରୀ ସ୍କୁଲ ଯିବାରେ ଅସୁବିଧା ହେଉଛି। ରୋଗୀଙ୍କୁ ଡାକ୍ତରଖାନା ନେବାରେ ବି ସମସ୍ୟା ହେଉଛି। ଚାଷୀମାନେ ଧାନ, ପରିବା ନେବାରେ ନାହିଁ ନଥିବା ହଇରାଣ ହେଉଛନ୍ତି। ବାଇକ୍, ସାଇକେଲ ଯିବା ବେଳେ ବାରମ୍ବାର ଦୁର୍ଘଟଣା ଘଟୁଥିବା ଗ୍ରାମବାସୀ କହିଛନ୍ତି।*ଭେଡେନ ଜନଶୁଣାଣିରେ ଅଭିଯୋଗ*ତେଣୁ ଆଜି ଗ୍ରାମବାସୀ ଭେଡେନରେ ଚାଲିଥିବା ଜନଶୁଣାଣି ଅଭିଯୋଗରେ ଅଭିଯୋଗ କରିଛନ୍ତି। ଆଗାମୀ ୧୫ ଦିନ ମଧ୍ୟରେ ମରାମତି କରିବାକୁ ଦାବି କରିଛନ୍ତି। ମରାମତି ନ ହେଲେ ଆଗାମୀ ଦିନରେ ଉଚ୍ଚ ନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ରୁଜୁ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।ଗ୍ରାମବାସୀଙ୍କ କହିବା କଥା, “ଆମେ ଆଉ କେବଳ ପ୍ରତିଶ୍ରୁତି ଶୁଣିବାକୁ ଚାହୁଁ ନାହୁଁ, ଆମକୁ କାମ ଦରକାର। ବାରମ୍ବାର ଅଭିଯୋଗ ପରେ ବି କାମ ନ ହେଲେ ଆମେ ଆଇନଗତ ଲଢ଼େଇକୁ ଓହ୍ଲାଇବୁ।”*ପ୍ରଶାସନ କଣ କହୁଛି ?*ଜନଶୁଣାଣିରେ ଅଭିଯୋଗ ଶୁଣିବା ପରେ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ବିଭାଗକୁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି। ଏବେ ଦେଖିବାକୁ ବାକି ରହିଲା, ୧୫ ଦିନ ଭିତରେ ନାଗପଡ଼ା ବାସିନ୍ଦାଙ୍କ ଦାବି ପୂରଣ ହେଉଛି କି ଗାଁ ଲୋକେ ସତରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଉଛନ୍ତି।
