April 24, 2026

ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ଦିବ୍ୟାଙ୍ଗ ମାଉସୀଙ୍କ ଦ୍ୱାରା ଦିବ୍ୟାଙ୍ଗ ପୁତୁରା ପାଳିତ ହୋଇଆସୁଛି………. ସମସ୍ତ ଭତ୍ତା ଓ ସରକାରୀ ସୁବିଧା ପ୍ରଦାନ ପାଇଁ ଅଞ୍ଚଳବାସୀଙ୍କ ଦାବି     

IMG-20251117-WA0035
Share

 

ପାରଳାଖେମୁଣ୍ଡି;୧୭/୧୧(ଗରୁଡ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲାରେ ଜଣେ ଦିବ୍ୟାଙ୍ଗ ମାଉସୀଙ୍କ ଦ୍ୱାରା ଜଣେ ଦିବ୍ୟାଙ୍ଗ ପୁତୁରା ପାଳିତ ହୋଇଆସୁଥିବା ସୂଚନା ମିଳିଛି. ଏହି ଗରିବ ଓ ଅଭାବୀ ଦିବ୍ୟାଙ୍ଗମାନଙ୍କୁ ସମସ୍ତ ଭତ୍ତା ଓ ସରକାରୀ ସୁବିଧା ପ୍ରଦାନ ପାଇଁ ଅଞ୍ଚଳବାସୀଙ୍କ ଦାବି ଜଣାଇଛନ୍ତି. ଘଟଣାରୁ ପ୍ରକାଶ, ଗୁମ୍ମା ବ୍ଲକ କୁଜାସିଂ ପଞ୍ଚାୟତର ମୁରୁସିଂ ଗ୍ରାମରେ ବାପାମା’ ଛେଉଣ୍ଡ କାଳୁ ଭୂୟାଁ ଜନ୍ମରୁ ଅନ୍ଧ,ବଧିର ଏବଂ ବିକଳାଙ୍ଗ। ସେ ମାଉସୀ ଆୟମନି ଶବରଙ୍କ ଘରେ ରହି ବଡ଼ ହୋଇଥିବା ଜଣାପଡ଼ିଛି। ମାଉସୀ ଆୟମନି ନିଜେ ଜଣେ ଦିଦ୍ୟାଙ୍ଗ ହୋଇ ମଧ୍ୟ ଦିବ୍ୟାଙ୍ଗ କାଳୁର ଦେଖାଶୁଣା କରୁଛନ୍ତି । ସରକାରୀ ସୁବିଧା କହିଲେ ଆୟମନିଙ୍କୁ ବିକଳାଙ୍ଗ ଭତ୍ତା ଏବଂ ରାସନ କାର୍ଡରେ ମାତ୍ର କିଲୋଗ୍ରାମ ଚାଉଳ ମିଳୁଛି। ଏତକରେ ମାଉସୀ ଓ ପୁତୁରା ଚଳିବା କଷ୍ଟସାଧ୍ୟ ହୋଇଯାଇଛି। କାଳୁର ଆଧାର କାର୍ଡ ଏବଂ ବାସିନ୍ଦା ପ୍ରମାଣପତ୍ର ନଥିବା ଯୋଗୁଁ ଭତ୍ତା ମିଳିପାରୁ ନାହିଁ କି ଆବାସ ଯୋଜନାରେ ଘର ଖଣ୍ଡିଏ ବି ମିଳି ନାହିଁ। ତେଣୁ କାଳୁଙ୍କୁ ଦିବ୍ୟାଙ୍ଗ ଭତ୍ତା, ଆବାସ ଯୋଜନାରେ ଘର ଏବଂ ଖାଉଟି କଲ୍ୟାଣ ଯୋଜନାରେ ଅନ୍ତଭୁକ୍ତ କରାଯାଇ ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବା ପାଇଁ ସରପଞ୍ଚ ମେନିତା ଭୂୟାଁ, ନାଏବ ସରପଞ୍ଚ ରାଜେନ୍ଦ୍ର ରଇତ, ୱାର୍ଡମେମ୍ବର ଜୁଏଲ ଶବର, ସମ୍ବରୁ ଭୂୟାଁ ଓ ବୁଧବାରି ଭୂୟାଁ ଦାବି କରିଛନ୍ତି।