April 27, 2026

ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ୟୁନିଅନ ର ବଦାନ୍ୟତା ..

IMG-20251017-WA0023
Share

 

ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।

 

କଥାରେ ଅଛି ବିପଦରେ ଆପଦରେ ଅଥବା ସଙ୍କଟ ସମୟରେ ଯିଏ ସହାୟକ ହୋଇଥାଏ ସେ ହିଁ ପ୍ରକୃତ ବନ୍ଧୁ । ଏକଥା ପ୍ରମାଣ କରି ଦେଖେଇ ଦେଇଛି , ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ୟୁନିଅନ । ରଘୁନାଥପୁର ବ୍ଲକର ଦିବଙ୍ଗତ ସାମ୍ବାଦିକ ସ୍ବର୍ଗତଃ ପ୍ରଶାନ୍ତ ମୁଦୁଲିଙ୍କର ଅକାଳ ବିୟୋଗରେ ଜଗତସିଂହପୁର ଜିଲ୍ଲାର ସମସ୍ତ ସାମ୍ବାଦିକ ମର୍ମାହତ ଓ ଶୋକରହିତ ହୋଇ ଜଣେ ଲଢୁଆ ବନ୍ଧୁଙ୍କୁ ହରେଇବାର ଅଭାବ ଅନୁଭବ କରିଥିଲେ । ଜିଲ୍ଲା ୟୁନିଅନ ର ସେ ଥିଲେ ଆଗ ଧାଡ଼ିର କର୍ମୀ । ସେଇ ବନ୍ଧୁତ୍ୱ ର ଭଲପାଇବା ପାଇଁ ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ଇଉନିୟନ ” ZUJ ” ଶାଖା ପକ୍ଷରୁ ସ୍ତାନୀୟ ରଘୁନାଥପୁର ପ୍ରେସ କ୍ଳବ କାର୍ଯ୍ୟାଳୟରେ ଦିବଂଗତ ପ୍ରଶାନ୍ତ ମୁଦୁଲିଙ୍କ ଉଦ୍ଦେଷ୍ୟରେ, ୟୁନିଅନ ର ଉପଦେଷ୍ଟା ଶ୍ରୀଯୁକ୍ତ ବିଜୟ କୁମାର ସ୍ୱାଇଁ ଙ୍କ ତତ୍ୱାବଧାନ ରେ ଏକ ଶୋକ ସଭାର ଆୟୋଜନ କରାଯାଇ ଦୁଇ ମିନିଟ ନିରବ ପ୍ରାର୍ଥନା କରା ଯାଇ ଥିଲା । ତାପରେ ସ୍ୱର୍ଗତଃ ମୁଦୁଲି ଙ୍କ ଶୋକ ସନ୍ତପ୍ତ ପରିବାରକୁ ସାମୁହିକ ଭାବେ ଭେଟି ସାନ୍ତ୍ୱନା ଦେବାକୁ ତାଙ୍କ ବାସଭବନରେ ପହଞ୍ଚିଥିଲେ । ପରିବାରକୁ ଧର୍ଯ୍ୟ ପ୍ରଦାନ କରିବା ସହିତ ଆନୁସଙ୍ଗିକ ଭାବେ ୧୭୦୦୦/ = ( ସତର ହଜାର ) ଟଙ୍କା ସାହାଯ୍ୟ ରାଶି ପ୍ରଦାନ କରାଗଲା !

ୟୁନିଅନ ର ଏପରି ସହାୟତା ପାଇଁ ପରିବାର ତରଫରୁ ଅଶେଷ ଧନ୍ୟବାଦ ସହିତ କୃତଜ୍ଞତା ଜଣେଇ ଥିବାର ଦେଖିବାକୁ ମିଳିଛି ।

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ସମାଚାର ।