June 13, 2026

ସମ୍ବାଦିକଙ୍କ ବିୟୋଗରେ ଓଜେୟୁ ପକ୍ଷରୁ ଶୋକସଭା 

IMG-20251017-WA0007
Share

ଗଞ୍ଜାମ _ପ୍ରଦୀପ କୁମାର ପଣ୍ଡା

 

ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଛ ପୁର ଗ୍ରାମର

ଯୁବ ସମ୍ବାଦିକ କେ. ରାଜନୀକାନ୍ତ ରେଡି ଙ୍କ ଦେହାନ୍ତ ରେ

ଓଡିଶା ସମ୍ବାଦିକ ସଙ୍ଘ ଗଞ୍ଜାମ ଜିଲ୍ଲା ପକ୍ଷରୁ ଏକ ଶୋକସଭା ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି l ଗଞ୍ଜାମ ସହର ସ୍ଥିତ କାଶୀ ବିଶ୍ୱନାଥ ଶୈବପୀଠ ପ୍ରାଙ୍ଗଣରେ ଆୟୋଜିତ ସଭାରେ ସମ୍ବାଦିକ ସଙ୍ଘର ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଉମାକାନ୍ତ ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା l ଏଥିରେ ସ୍ୱର୍ଗତ ସମ୍ବାଦିକ ରେଡ଼ିଙ୍କ ଅମର ଆତ୍ମର ସଦଗତି ପାଇଁ ୨ମିନଟ ନିରବ ପ୍ରାଥନା କରାଯାଇଥିଲା l ତାଙ୍କ ପରିବାର କୁ ଭଗବାନ ଧର୍ଯ୍ୟ ଓ ସାହାସ ଦେବା ନେଇ ସମସ୍ତେ ଠାକୁର ନିକଟରେ ପ୍ରାଥନା କରି ସ୍ମୃତି ଚାରଣ କରାଯାଇଥିଲା l

ଶ୍ରଦ୍ଧାଞ୍ଜଳି ସଭାରେ ଓଡିଶା ସମ୍ବାଦିକ ସଙ୍ଘର ରାଜ୍ୟ ମହିଳା ସବ କମିଟି ଆବାହିକା ବିଜୟଲକ୍ଷ୍ମୀ ମହାଙ୍କୁଡ଼, ଜିଲ୍ଲା ଉପସଭାପତି ପ୍ରଶାନ୍ତ କୁମାର ମହାରଣା, ସରୋଜ କୁମାର ସାମଲ, ଗଞ୍ଜାମ ପ୍ରେସ କ୍ଳବ ସଭାପତି ଶବର କୁମାର ତରାଇ, ସମ୍ପାଦକ ବିଦ୍ୟାଧର ସାହୁ, ପ୍ରଦୀପ କୁମାର ପଣ୍ଡା, ବଟକୃଷ୍ଣ ରାଉଳ, ସନ୍ତୋଷ କୁମାର, ସାହୁ, ନିରଞ୍ଜନ ପରିଡା, ସୁଧିର କୁମାର ପାଢ଼ୀ, ରାକେଶ ରଞ୍ଜନ ଦାସ,ଉପ, ସଭାପତି ଆର, ମୁରଲୀ ପ୍ରଧାନ, କୃଷ୍ଣଚନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ରହି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l

You may have missed