April 26, 2026

ପରିବା ଓ ଫଳ ବିକାଳୀଙ୍କ କବଜାରେ ସହରର ମୁଖ୍ୟରାସ୍ତା।

IMG-20241017-WA0031
Share

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ):ଭବାନୀପାଟଣା ସହରର ଷ୍ଟେଚୁଛକ ଠାରୁ ଷ୍ଟାଡିଅମ ପର୍ଯ୍ୟନ୍ତ ଏକ ମୁଖ୍ୟ ରାସ୍ତା ଅଟେ। ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଗାଡି ଯିବା ଆସିବା କରିଥାଏ ଏବଂ ଏହି ରାସ୍ତାଟି ସର୍ବଦା ଜନଗହଳି ପୁର୍ଣ ଥାଏ। କାରଣ ଏହି ରାସ୍ତାରେ ପନିପରିବା ଠାରୁ ଆରମ୍ଭ କରି ଫଳମୂଳ ଓ ଅନ୍ୟ ଦୋକାନ ମାନେ ମଧ୍ୟ ଅବସ୍ଥିତ। ତେଣୁ ଏହି ରାସ୍ତାରେ ସର୍ବଦା ଲୋକଙ୍କ ଭିଡ ଲାଗି ରହିଥାଏ। କିନ୍ତୁ ଏହି ପନିପରିବା ଓ ଫଳ ଦୋକାନୀ ମାନଙ୍କ ପାଇଁ ପୌରପାଳିକା ତରଫରୁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନଥିବା ଯୋଗୁଁ ବେପାରୀମାନେ ରାସ୍ତାର ଦୁଇ କଡରେ ବସି ଓ ଖରା ଦାଉରୁ ରକ୍ଷା ପାଇବା ପାଇଁ ବଡ ବଡ ଛତା ମେଲାଇ ବସିଥାନ୍ତି। ଫଳରେ ମୁଖ୍ୟ ରାସ୍ତାଟି ସଂକୀର୍ଣ୍ଣ ହୋଇଥାଏ। ଏହା ଯୋଗୁଁ ରାସ୍ତାରେ ଗ୍ରାହକଙ୍କ ଭିଡ ଓ ଗାଡି ଭିଡ଼ ଯୋଗୁଁ ଗାଡି ମୋଟର ଚଳାଚଳରେ ପ୍ରବଳ ବାଧା ସୃଷ୍ଟିହୋଇ ପ୍ରତିଦିନ ଦୁର୍ଘଟଣା ମାନ ଘଟିଥାଏ। ଅନେକ ସମୟରେ ଗାଡିଚାଲାକ ମାନେ ଗଲାବେଳେ ବେପାରିଙ୍କ ଛତା ବାଜି ଆଖି ଓ ମୁହଁରେ ଆଘାତ ପ୍ରାପ୍ତ ହୋଇଥାନ୍ତି। ଏନେଇ ସହରର ବୁଦ୍ଧିଜୀବୀ ମାନେ ପୋୖରାଳିକା ନିକଟରେ ଅନେକବାର ଏହାର ପ୍ରତିକାର ପାଇଁ ଦାବି କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଏହାର କୌଣସି ସୁଫଳ ମିଳିନାହିଁ। ଏନେଇ ପ୍ରବଳ ଜନ ଅସନ୍ତୋଷ ଦେଖାଦେଉଛି। ସେପଟେ ପରିବା ଓ ଫଳ ବିକାଳୀ ମାନେ କହୁଛନ୍ତି ଆମ ପାଇଁ କୌଣସି ସ୍ୱତନ୍ତ୍ର ସୁବିଧା ନକଲାଯାଏଁ ଆମେ ଏଠାରୁ ହଟିବୁ ନାହିଁ। ତେଣୁ ଏଥି ପାଇଁ ସହରର ଜନସାଧାରଣଙ୍କ ଏହା ମୁଣ୍ଡବ୍ୟଥାର କାରଣ ପାଲଟିଛି ଓ ପୌରପାଳିକା ଏହାର ଶୀଘ୍ର ସମାଧାନ କରୁ ବୋଲି ପ୍ରବଳ ଦାବି ହେଉଛି।