ଆଜିର ଖବର..
୧-ନଭେମ୍ବର ୧୫ରୁ ୨୨ ତାରିଖ ଯାଏ କଟକ ବାଲିଯାତ୍ରା, ଆୟୋଜନ ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି।
୨-ବିରାଜିଲେ ମା’ ଗଜଲକ୍ଷ୍ମୀ, ରଙ୍ଗବେରଙ୍ଗ ଆଲୋକମାଳା ଓ ସୁଉଚ୍ଚ ତୋରଣରେ ଝଲସି ଉଠୁଛି ପୂଜା ମଣ୍ଡପ।
୩-କାର୍ତ୍ତିକ ପୂର୍ବରୁ ବେଲଗାମ ପରିବା ଦର, ଯାହା କିଣିବ ୮୦ ଟଙ୍କା ଉପରେ।
୪-‘ଖୁସି’ରେ ଅନିୟମିତତା! ସାନିଟାରୀ ନାପକିନି କିଣାରେ ଦୁଇଟି ସଂସ୍ଥାକୁ ଅହେତୁକ ଅନୁକମ୍ପା ଅଭିଯୋଗ।
୫-ସୁନ୍ଦରପଦା ଅଞ୍ଚଳର ଏକ ଆପାର୍ଟମେଣ୍ଟରୁ ଠାବ ହେଲା ନକଲି କଲ୍ ସେଣ୍ଟର, ୫ ଅଟକ।
୬-ଏଥର ଆକର୍ଷଣୀୟ ହେବ ବାଲିଯାତ୍ରା : ଡ୍ରୋନ୍ ଶୋ’ ଏବଂ ଲେଜର ଶୋ’ ସହ ବଲିଉଡ୍ ନାଇଟ୍ରେ ଝୁମିବେ ଦର୍ଶକ।
୭-ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତର କାର୍ଯ୍ୟସୂଚୀ ବଦଳିଲା, ୨୩ରେ ରାଇରଙ୍ଗପୁର ଓ ୨୪ରେ ଆସିବେ ବାଙ୍ଗିରିପୋଷି।ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ୪୦ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ।
୮-ଅକ୍ଟୋବର ଶେଷ ସପ୍ତାହକୁ ଓଡିଶାରେ ବାତ୍ୟା ଆଶଙ୍କା,ଅନ୍ତର୍ଜାତୀୟ ପାଣିପାଗ ମଡେଲ ଆକଳନ କରିଛି ।
୯-୭୮ ବର୍ଷ ବୟସରେ ପଦାର୍ପଣ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ବିଭିନ୍ନ ମହଲରୁ ଶୁଭେଚ୍ଛା, ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
୧୦-ଓଡିଶା ଜଗିବ ପଡିଶା ନିର୍ବାଚନ । ୧୮ ଟି ନିର୍ବାଚନ ମଣ୍ଡଳୀ ଜଗିବେ ଓଡିଶା ନେତା।
୧୧-ଶ୍ରୀମନ୍ଦିରକୁ କେବଳ ସିଂହଦ୍ବାର ଓ ପଶ୍ଚିମଦ୍ବାର ଦେଇ ପ୍ରବେଶ କରିବେ ଭକ୍ତ ଓ ଶ୍ରଦ୍ଧାଳୁ।
୧୨-ଆସନ୍ତା ୨୪ ଘଂଟାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା।
୧୩-ପୁରୀ ସହରକୁ ଜଗିବ ସିସିଟିଭି,୬୨୦ ସିସିଟିଭି କ୍ୟାମେରା ଲାଗିବ,ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପ୍ରସ୍ତାବ ପଠାଯାଇଛି।
୧୪-ଉପ ମୁଖ୍ୟମନ୍ତ୍ରୀ କରିବେ ହବିଷ୍ୟାଳୀ ଯୋଜନା ଉଦ୍ଘାଟନ , ୨୫୦୦ ଜଣ କରିଛନ୍ତି ଅନଲାଇନ ଯୋଗେ ପଞ୍ଜିକରଣ।
୧୫-ଚୋରି ମାମଲାରେ ଟୁଙ୍ଗୁରୁ ଭୋଳକୁ ବାନ୍ଧିଲା ଭରତପୁର ପୁଲିସ।
୧୬-୬ଟି ରବି ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କଲେ କେନ୍ଦ୍ର ସରକାର:ଗହମ, ବାଜରା, ବୁଟ, ମସୁର ଡାଲି, ସୋରିଷ ଏବଂ କୁସୁମ ଫୁଲ।
୧୭-କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩% ବଢ଼ିଲା,୫୦ ପ୍ରତିଶତରୁ ବୃଦ୍ଧି ପାଇ ୫୩ ପ୍ରତିଶତ ହେଲା ମହଙ୍ଗା ଭତ୍ତା ହେଲା।
୧୮-ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନେସନାଲ କନ୍ଫରେନ୍ସ ନେତା ଓମାର ଅବଦୁଲ୍ଲା, ସୁରିନ୍ଦର ଚୌଧୁରୀ ଜମ୍ମୁ କାଶ୍ମୀର ଉପମୁଖ୍ୟମନ୍ତ୍ରୀ।
୧୯-ବେଙ୍ଗାଳୁରୁ:ବର୍ଷା ଧୋଇନେଲା ଭାରତ – ନ୍ୟୁଜଲାଣ୍ଡ ପ୍ରଥମ ଟେଷ୍ଟ।
୨୦-‘ସଂସଦଠାରୁ ଏୟାରପୋର୍ଟ ଯାଏ, ସବୁ କିଛି ୱାକଫ୍ ଭୂମି ଉପରେ ତିଆରି’, ମୁସଲିମ୍ ନେତାଙ୍କ ଦାବି।
୨୧-ନାଇଜେରିଆ:ବଡ଼ ଅଘଟଣ, ବିସ୍ଫୋରଣ ହେଲା ତେଲ ଟ୍ୟାଙ୍କର୍; ୧୦୦ ମୃତ, ଏକାଧିକ ଆହତ।
୨୨-ଗ୍ରୀସ:ସମୁଦ୍ରରେ ଠାବ ହେଲା ୨ୟ ବିଶ୍ଵଯୁଦ୍ଧ ସମୟର ବୁଡ଼ାଜାହାଜ, ୬୪ ସୈନ୍ୟଙ୍କୁ ନେଇ ଯିବାବେଳେ ରହସ୍ୟମୟ ଭାବେ ବୁଡ଼ିଥିଲା।
*🙏 ସୁପ୍ରଭାତ 🙏*