June 29, 2024

ବିଭିନ୍ନ ସମାସ୍ୟକୁ ନେଇ ବିଡ଼ିଓ ଙ୍କ ଦ୍ୱାରସ୍ଥ ହେଲେ ଦୁରୁଆ ଆଦିବାସୀ ମହିଳା ମହାସଙ୍ଘ

Share

ବିଭିନ୍ନ ସମାସ୍ୟକୁ ନେଇ ବିଡ଼ିଓ ଙ୍କ ଦ୍ୱାରସ୍ଥ ହେଲେ ଦୁରୁଆ ଆଦିବାସୀ ମହିଳା ମହାସଙ୍ଘ

କୋରାପୁଟ ଜ଼ିଲ୍ଲା ର କୋଟପାଡ଼ ବ୍ଲକର ବିଛିନ୍ନାଞ୍ଚଳ ରେ ଥିବା ନୂଆଗୁଡା. ବାକଟି ଗୁଡା. ଫୋଟକିକୁମ୍ବି. ଲାକଟିଗୁଡା. କିସିଗୁଡା ଓ କୋଟ୍ରିଗୁଡା ଗ୍ରାମବାସୀ ମିହଳା ସଂଘର ସଭାପତି ଶ୍ରୀମତୀ ଚକ୍ରାବତୀ ଦୁରୁଆଙ୍କ ନେତୃତ୍ୱ ରେ ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାଯାଇଛି. କୋଟ୍ରିଗୁଡା ନଦୀଘାଟ ରେ ଡ଼ଙ୍ଗା ଯୋଗାଇବା. ମେଘା ପ୍ରକଳ୍ପ ତୁରନ୍ତ କାର୍ଯକ୍ଷମ କରି ଚାଷୀଙ୍କୁ ପାଣି ଯୋଗାଇବା.ଛତ୍ତର୍ଲା ଗ୍ରାମର କୋଲାବ ନଦୀର ପଲ ନିର୍ମାଣ. ବିଛିନାଞ୍ଚଳ ରେ ନଷ୍ଟ ହୋଇଥିବା ଚାଷକୁ ମରୁଡି ଅଞ୍ଚଳ ଘୋଷଣା କରିବା ଏବଂ ପ୍ରେତ୍ୟେକ ଘରକୁ ପିଇବା ପାଣି ଯୋଗେଇବା ଇତ୍ୟାଦି ଦାବୀ ପତ୍ର ରେ ଉଲେଖ ଥିବାର ଜଣା ଯାଇଛି i ଏହି ଦାବିପତ୍ର ପ୍ରଦାନ ବେଳେ. ଉପସଭାପତି ରାଇମତି ଦୁରୁଆ. ରତ୍ନା ବତୀ ଦୁରୁଆ. ଲିମ୍ବତୀ ଦୁରୁଆ. ଉପଦେଷ୍ଟା ଚନ୍ଦ୍ର ସଗରିଆ. ବନ୍ଧୁ ଦୁରୁଆ. ରାଜା ରାମ ଦୁରୁଆ. କମଳୁ ଦୁରୁଆ.ରାମ ଦୁରୁଆଙ୍କ ସମେତ ସରପଞ୍ଚ ତ୍ରିନାଥ ମାଝୀ ଉପସ୍ଥିତ ଥିଲେ. ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ସ୍ନେହ ପ୍ରଭା ମାଝୀ ଦାବିପତ୍ର ଗ୍ରହଣ କରିବା ପରେ ସମସ୍ତ ସମସ୍ୟା ର ସମାଧାନ ହୋଇସାରିଛି ଅଳ୍ପ କିଛି ବାକି ରହିଛି ସେ ସବୁ ଏକ ମାସ ମଧ୍ୟରେ ସମାଧାନ ହେବ ବୋଲି ପ୍ରତିଶୃତି ଦେଇ ଥିବାର ଜଣାଯାଇଛି I କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I