ବ୍ଲକସ୍ତରୀୟ ମୈଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ପ୍ରଦର୍ଶିନୀ ଅନୁଷ୍ଠିତ

9d90f5f5-57b4-44fa-919b-4e2a81d82cfe
Share

ରାମନାଗୁଡା , ରାୟଗଡ଼ା ଜିଲ୍ଲା ରାମନାଗୁଡା ପଞ୍ଚାୟତ ସମିତି ଆନୁକୁଲ୍ୟରେ ଓଡ଼ିଶା ଆର୍ଦଶ ବିଦ୍ୟାଳୟ ଠାରେ ଏକ ବ୍ଲକସ୍ତରୀୟ ମୈଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନକୁ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାମନାଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୂଜନ ମଲ୍ଲିକଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଡିଆଇଇଟି ରାୟଗଡ଼ା ଅଧ୍ୟକ୍ଷ ଶୈଳରାଜୁ , ସମ୍ମାନିତ ଅତିଥି ଭାବେ ବିଆଇଇଟି ଅଧ୍ୟକ୍ଷ ମନୋଜ କୁମାର ଗମାଙ୍ଗ,ଡିଆଇଇଟି ଶିକ୍ଷକ ପ୍ରଶିକ୍ଷିତା ଶ୍ରାବଣୀ ଜାନି,ବିଆଇଇଟି ଶିକ୍ଷକ ପ୍ରଶିକ୍ଷିତା ସସ୍ମିତା ପ୍ରଧାନ, ନଳିନୀ,ବିଆରସି ଆରତୀ ମହାପାତ୍ର,ଏବିଇଓ ଦାମୋଦର ହିମିରିକା, ସୂର୍ଯ୍ୟ ନାରାୟଣ ପ୍ରାଣୀଗ୍ରାହୀ ଅତିଥି ଭାବେ ମଞ୍ଚାସୀନ ଥିଲେ।ଏହି କାର୍ଯ୍ୟକ୍ରମରେ ରାମନାଗୁଡା ପଞ୍ଚାୟତ ସମିତି ଅଧିନରେ ଥିବା ୧୧ଗୋଟି କ୍ଲଷ୍ଟରର ୧୧ଜଣ ଶିକ୍ଷକ ନିମନ୍ତେ ଷ୍ଟଲ କରାଯାଇଥିଲା।ସମୁଦାୟ ୧୧ଗୋଟି ପଞ୍ଚାୟତରେ ୧୧ଶିକ୍ଷକ ତାଙ୍କ ପ୍ରଦର୍ଶିତ ହୋଇଥିବା ପ୍ରଦର୍ଶନୀ ସମ୍ବନ୍ଧରେ ଉପସ୍ଥାପନ କରିଥିଲେ।ତେବେ ୧୧ଟି କ୍ଲଷ୍ଟରରୁ ୧୧ଜଣ ପିଲା ନିଜ ନିଜର ପ୍ରଦର୍ଶନୀ ସମ୍ବନ୍ଧରେ ଉପସ୍ଥାପନ କରିଥିଲେ। ଏଥିରେ ବିଚାରକ ଭାବେ ଶୈଳରାଜୁ, ମନୋଜ ଗମାଙ୍ଗ,ଶ୍ରାବଣୀ ଯାନି, ସସ୍ମିତା ପ୍ରଧାନ,ଆରତୀ ମହାପାତ୍ର , ନଳିନୀ ପ୍ରମୁଖ ଯୋଗଦେଇ ଥିଲେ। ଏଥିରେ ୩ଗୋଟି ବିଭାଗରେ ପ୍ରଥମ, ଦ୍ବିତୀୟ, ତୃତୀୟ ସ୍ଥାନରେ ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଂଯୋଜକ ଭାବେ ଆଶୁତୋଷ ପାତ୍ର , ଅଶ୍ବିନୀ ତ୍ରିପାଠୀ ମଞ୍ଚ ପରିଚାଳନା କରିଥିବାବେଳେ ଭୈରବ ରଥ,ତାଉଡୁ ମାଣ୍ଡାଙ୍ଗି,ନାଗାରାଜୁ,ଶରତ ନେମାଲପୁରୀ, ରମେଶ ମିଶ୍ର, ଅକ୍ଷୟ ରାଜଗୁରୁ ,ବି ରମେଶ,ଗଦା ତ୍ରିପାଠୀ ପ୍ରମୁଖ କାର୍ଯ୍ୟରେ ସହଯୋଗ କରିଥିବା ବେଳେ ଆର୍ଦଶ ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପୂର୍ଣ୍ଣ ସହଯୋଗ କରିଥିବାବେଳେ ବିଆରସି ଦାମୋଦର ହିମିରିକା ଧନ୍ୟବାଦ ଅର୍ପଣ କରିଥିଲେ।।

ରିପୋର୍ଟ ରାକେଶ କୁମାର ବେହେରା