ମୋହନା ବିମଳା ବାଳିକା ବିଦ୍ୟାଳୟ ରେ ବୃକ୍ଷ ରୋପଣ ଏକ ପେଡ ମା କେ ନାମ ୨.୦କାର୍ଯ୍ୟକ୍ରମ ଅନୁଷ୍ଟିତ ..

ମୋହନା ବ୍ଲକ ସ୍ଥାନୀୟ ବିମଳା ବାଳିକା ବିଦ୍ୟାଳୟ ପରିସର ମଧ୍ୟରେ ବୃକ୍ଷ ରୋପଣ ଅଭିଯାନ ଏକ ପେଡ ମା କେ ନାମ ୨.୦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କିଶୋର ନାୟକ ସଂଯୋଜନାରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଦ୍ୟାଳୟ ରେ ଅଧ୍ୟୟନ କରୁଥିବା ସମସ୍ତ ଛାତ୍ରୀ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ସହ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ମୋହନା ବ୍ଲକ ର ସହକାରୀ ଯନ୍ତ୍ରୀ ପ୍ରଦ୍ୟୁମ୍ନ ନାୟକ, ସରପଞ୍ଚ ସୁନୀତା ମଲ୍ଲିକ, ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ସନ୍ତୋଷ କାରିକ, ଗ୍ରାମ ରୋଜଗାର ସେବିକା ଭ୍ରମିତା ମାଳି, ବିଦ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିବା ବେଳେ ମୋହନା ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ ସମସ୍ତ ଗ୍ରାମ ପଞ୍ଚାୟତ ଗସ୍ତ କରି କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରିଥିବା ବେଳେ ମୋହନା ସମେତ ସମସ୍ତ ଗ୍ରାମ ପଞ୍ଚାୟତ ସଙ୍ଗେ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ଏବଂ ବନ ବିଭାଗ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ବିଷୋୟୀ ମଧ୍ୟ ନିଜ କାର୍ଯ୍ୟାଳୟ ସହ ଲଣ୍ଡା ପାହାଡ ମଧ୍ୟରେ ବୃକ୍ଷ ରୋପଣ କରିଥିଲେ। ଏହା ସହ ବ୍ଲକ କର୍ମଚାରୀ ମାନେ ଏକତ୍ରିତ ହୋଇ ବିଭିନ୍ନ ଅନୁଷ୍ଠାନ ଗୁଡ଼ିକ କୁ ଯାଇ ସ୍ୱଚ୍ଛ ଭାରତ ଅଭିଯାନ କର୍ଯ୍ୟକମକୁ ମଧ୍ୟ ସଫଳ କରିବା ଉଦ୍ଦେଶ୍ୟରେ ଝାଡୁ କରିଥିବା ଦେଖିବାକୁ ମିଳିଥିଲା।
