April 26, 2026
IMG-20250917-WA0078
Share

 

 

ବୋଲଗଡ଼,୧୭/୦୯(ଉପାନ୍ତ ଖବର): ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଦେବୀ ପ୍ରସାଦ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଗଣ ଶିକ୍ଷକ ଲକ୍ଷ୍ମୀଧର ମହାପାତ୍ରଙ୍କର ହୃଦଯନ୍ତ୍ର ଜନିତ ରୋଗ ଯୋଗୁଁ ଆଜି ପୂର୍ବାହ୍ନରେ ୫୫ବର୍ଷ ବୟସରେ ପରଲୋକ ହୋଇଯାଇଛି। ତାଙ୍କର ୪ଦିନ ପୂର୍ବରୁ ଭୁବନେଶ୍ୱର ର ଏକ ହସ୍ପିଟାଲ ରେ ଅସ୍ତ୍ରୋପଚାର ହୋଇଥିଲା। ତାଙ୍କର ମୃତ୍ୟୁଖବର ପାଇ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ,ସ°ସ୍ଥାପନ ଅଧିକାରିଣୀ କେ.ଭି.ଲକ୍ଷ୍ମୀ, କିରାଣି ଶେଖ୍ ମୁନୀର ମୃତ ଶିକ୍ଷକ ଙ୍କ ପରିବାରବର୍ଗ ଙ୍କୁ ଭେଟି ସମ୍ବେଦନା ପ୍ରକାଶ କରିବା ସହ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ୧୦୦୦୦ଟଙ୍କା ସହାୟତା ରାଶି ତାଙ୍କ ପତ୍ନୀ ଙ୍କୁ ପ୍ରଦାନ କରିଥିଲେ। ମୃତ ଶିକ୍ଷକ ଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ଏହି ସମୟ ରେ ସ୍ଥାନୀୟ ସରପଞ୍ଚ ପ୍ରଦୀପ କୁମାର ବାରିକ ଓ ପ୍ରଧାନଶିକ୍ଷୟିତ୍ରୀ ଶାନ୍ତି ଲତା ଦେଇ, ଶିକ୍ଷକ କିଶୋର ଚନ୍ଦ୍ର ସାହୁ, ପ୍ରାକ୍ତନ ଶିକ୍ଷକ ମନମୋହନ ମିଶ୍ରଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଞ୍ଚଳବାସୀ ଉପସ୍ଥିତ ଥିଲେ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।