September 21, 2024

ଆଭାସି ମାଧ୍ଯମରେ ସୁଭଦ୍ରା ଯୋଜନା ର ଶୁଭାରମ୍ଭ। 

Share

 

 

ବୋଲଗଡ,(ଉପାନ୍ତ ଖବର): ବୋଲଗଡ ବ୍ଲକ ସ୍ତରୀୟ ସୁଭଦ୍ରା ଯୋଜନା ର ଶୁଭାରମ୍ଭ ମଙ୍ଗଳବାର ବୋଲଗଡ କଲେଜ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିଥିଲେ। ମଞ୍ଚରେ ବିଧାୟକ ପ୍ରଦୀପ କୁମାର ସାହୁ, ବ୍ଲକ ଅଧକ୍ଷା ହୁଲାସ ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟା ସୁନନ୍ଦିତା ସାହୁ, ସରପଞ୍ଚ ଗୀତାଞ୍ଜଳି ସାହୁ, ସମିତିସଭ୍ୟା ନିର୍ମଳା ପ୍ରଧାନ, ସରପଞ୍ଚ ପ୍ରଫୁଲ୍ଲ ପ୍ରଧାନ, ବିଡିଓ ଶରତ କୁମାର ମଲିକ,ସହକାରୀ ନିର୍ବାହୀ ଯନ୍ତ୍ରୀ ଅମୁଲ୍ୟ କୁମାର ବାହିନୀପତି, ସରପଞ୍ଚ ପ୍ରମୋଦ ରାଉତରାୟ ଜଳଧର ମହାନ୍ତି ମିଶନ ଶକ୍ତି ବିପିସି ସୁରୁଚି ସୁପ୍ରିତି ସାହୁ, ମିଶନ ଶକ୍ତି ସଭାନେତ୍ରୀ ଶୈଳବାଳା ବାହିନୀପତି ,ସମ୍ପାଦିକା ଗୀତାଞ୍ଜଳି ମହାନ୍ତି,ବିଜେପି ଓବିସି ସମ୍ପାଦକ ଆର୍ତ୍ତବନ୍ଧୁ ପ୍ରଧାନ, ପ୍ରମୁଖ ଉପସ୍ଥିତ ଥିଲେ ପ୍ରାୟ ୩୦୦୦ମହିଳା ଯୋଗଦେଇଥିଲେ। ଏହିଅବସରରେ ୩୮ଜଣ ହିତାଧିକାରୀ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ଦିଆଯାଇଥିଲା। ୫ଜଣ ମହିଳାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ର ଚାବିକାଠି ପ୍ରଦାନ କରାଯାଇଛି। ସେମାନେ ଘର ସମ୍ପୂର୍ଣ କରିସାରିଛନ୍ତି। ଏବିଡ଼ିଓ ରତିକାନ୍ତ ମିଶ୍ର ମଞ୍ଚ ପରିଚାଳନା କରିଥିଲେ ଅବିନାଶ କୁମାର ଓ ସାଥି ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଆଗାମୀଦିନରେ ସମସ୍ତ ମହିଳାମାନଙ୍କୁ ସୁଭଦ୍ରା ଯୋଜନା ସହାୟତା ଯୋଗାଇ ଦିଆଯିବ ବୋଲି ସୂଚନା ପ୍ରଦାନ କରିଥିଲେ. ସମସ୍ତ ବ୍ଲକ କର୍ମଚାରୀ ଅଙ୍ଗନବାଡି କର୍ମଚାରୀ କର୍ମୀ ସ୍ୱୟଂ ସହାୟିକା ଗୋଷ୍ଠୀ ସହଯୋଗ କରିଥିଲେ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।