September 21, 2024

ନବରଙ୍ଗପୁର ଜିଲ୍ଲା ଉମରକୋଟ ପୈରପରିଷଦ ର ଡିଏନକେ ପଡିଆ ଠାରେ ଘରେ ଘରେ ସୁଭଦ୍ରା ଯୋଜନାର ଆଭାସି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିଛନ୍ତି………….

Share

   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଉକ୍ତ ଯୋଜନାର ଶୁଭାରମ୍ଭ ହୋଇଛି। ଏହାକୁ ଗଣଶିକ୍ଷା ମନ୍ତ୍ରୀ ଙ୍କ ପ୍ରତିନିଧି ଅଶୋକ ପାଢ଼ୀ ଓ ସାଂସଦ ପ୍ରତିନିଧି ରାମ ନାୟକ ଝରିଗାଁ ବିଧାୟକଙ୍କ ମହିଳା ପ୍ରତିନିଧି ବାସନ୍ତୀ ମାଝୀ ଓ ମନ୍ଦିରା ନାୟକ ଉଦଘାଟନ କରିଥିଲେ। ବ୍ଲକ ଅଧ୍ୟକ୍ଷା ଶୁଶିଳା ମାଝୀ , ପୈରପରିଷଦ ଅଧ୍ୟକ୍ଷା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିତିରଞ୍ଜନ ରଥ, ଓ ସିଡିପିଓ ଇନ୍ ଚାର୍ଜ ଭାରତୀ ପଟ୍ଟନାୟକ ଙ୍କ ଉପସ୍ଥିତରେ ୨୦୨୧-୨୨ବର୍ଷରେ ଘର ପାଇଁ କାର୍ଯ୍ୟାଦେଶ ପାଇ ଘର ସମ୍ପୂର୍ଣ୍ଣ କରିଥିବା ହିତାଧିକାରୀଙ୍କୁ ଚାବି କାଠି ପ୍ରଦାନ କରିଥିଲେ। ଚଳିତ ୨୦୨୪-୨୦୨୫ ଆର୍ଥିକ ବର୍ଷରେ ବ୍ଲକର ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) କାର୍ଯ୍ୟାଦେଶ ଆସିଥିବା ବେଳେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । ମୋଦୀଙ୍କ ଜନ୍ମଦିନରେ ଓଡ଼ିଶା ଆସି ଓଡ଼ିଶାର ଅଗଣିତ ମହିଳା ମାନଙ୍କୁ ସୁଭଦ୍ରା ଯୋଜନାରେ ଜଣଙ୍କ ପିଛା (୫୦୦୦) ପାଞ୍ଚ ହଜାର ଟଙ୍କା ଲେଖାଏଁ ଶୁଭାରମ୍ଭ କରାଯାଇଛି।ଏହି କାର୍ଯ୍ୟାଦେଶରେ ବ୍ଲକର ୨୬ଗୋଟି ପଞ୍ଚାୟତର ସରପଞ୍ଚ, ସମିତି, ପିଆର ଆଇ ସଦସ୍ୟ , ବ୍ଲକ, ଶିଶୁ ସମନ୍ୱିତ ବିକାଶର କର୍ମଚାରୀ, ଅଗ୍ନିଶମ ବାହିନୀ ପୁଲିସ କର୍ମଚାରୀ, ସ୍ୱାସ୍ଥ୍ୟ ବିଭାଗ, ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ମିଶନଶକ୍ତି, ଓଏଲଏମର ମହିଳାମାନେ ଉପସ୍ଥିତ ରହିଥିଲେ। ଏହାକୁ ଜିପିଓ , ପିଇଓ, ବ୍ଲକ ସମସ୍ତ କର୍ମଚାରୀ, ପୈରପରିଷଦ ର ସହକାରୀ ଯନ୍ତ୍ରୀ , କର୍ମଚାରୀ ମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।।(ଏମ୍.ଦିନା°ଶୁ ଆଚାରୀ)