September 21, 2024

ସୁଭଦ୍ରା ଯୋଜନା ର ଶୁଭାରମ୍ଭ ପାଇଁ କାର୍ଯ୍ୟକ୍ରମ 

Share

 

କାଶୀନଗର, କାଶୀନଗର ସ୍ଥିତ ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ

ରାଜ୍ୟରେ ମହିଳା ସଶକ୍ତିକରଣର ନୂଆ ଧାରାର ଆରମ୍ଭ ଯାହାକି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ‘ସୁଭଦ୍ରା’ ଯୋଜନା ସହାୟତା ରାଶି ପ୍ରଦାନର ଶୁଭାରମ୍ଭ କରି ରାଜ୍ୟ ର ମହିଳା ମାନଙ୍କୁ ରୋଜଗାର କ୍ଷମ କରେଇବାରେ ଏକ ଆର୍ଥିକ ସହଯୋଗ ର ହାତ ବଢ଼େଇ ଛନ୍ତି. .ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ନିଜ 74 ତମ ଜନ୍ମ ଦିବସ ଅବସରରେ ରାଜଧାନୀ ଭୁବନେଶ୍ୱର ଠାରେ ନିଜ କରକୋମଳରେ ସୁଭଦ୍ରା ଯୋଜନା ସହ ଆବାସ ଗୃହ ବଣ୍ଟନ ଯୋଜନାର ଉଦ୍ଘାଟନ କରିଥିଲେ.

ଏହି ଯୋଜନା ଉଦ୍ଘାଟନ ହେବ ପରେ ଏଠାରେ ଉପସ୍ଥିତ କିଛି ଯୋଗ୍ୟ ସୁଭଦ୍ରା ହିତାଧିକାରୀଙ୍କ ନିକଟକୁ 5000 ଟଙ୍କା ନିଜ ବ୍ୟାଙ୍କ ଖାତାକୁ ଆସିଥିଲା. ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମଝି

“ସୁଭଦ୍ରା ଯୋଜନାର ମୂଳଲକ୍ଷ୍ୟ ହେଉଛି

ମହିଳା ସଶକ୍ତୀକରଣ। ଏହି ଲକ୍ଷ୍ୟକୁ ହାସଲ କରିବାର ପ୍ରଥମ ସୋପାନ ହେଉଛି ଅର୍ଥନୈତିକ ସ୍ତରରେ ମହିଳାଙ୍କୁ ଆତ୍ମ ନିର୍ଭର କରିବା ସହ ମହିଳା ମାନଙ୍କୁ ସ୍ୱାବଲମ୍ବୀ ହୋଇ ନିଜର ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇବା ପାଇଁ ଏକ ଯୋଜନା ବୋଲି କହିଥିଲେ. କାଶୀନଗର ଠାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ତହସିଲଦାର ତ୍ରିନାଥ ସାହୁ, ବିଡ଼ିଓ ଡ଼ମ୍ବୁରୁ ଧର ମଲ୍ଲିକ, ଏନ ଏ ସି ଅଧ୍ୟକ୍ଷା ଏମ ସୁଦ୍ଧା ରାଣୀ, କାର୍ଯ୍ୟନିର୍ବାହୀ ଅଧିକାରୀ ଭାଗବତ ସାହୁ, ସିଡିପିଓ କନକ ଲତା ପୂଜାରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଲକ୍ଷ୍ମୀ ସାହୁ, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ନାରାୟଣ ପାଢ଼ୀ ପ୍ରମୁଖ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ ତତ ସହ ଅଙ୍ଗନାୱାଡି ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରାୟ 2000 ମହିଳା ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ.(ରାଧାନାଥ ଚୌଧୁରୀ )