ଭୀମ ଆମ୍ବେଦକର ସେବା ସଙ୍ଘ ରେ ରକ୍ତଦାନ ଶିବିର ୧୧ୟୁନିଟ ରକ୍ତସଂଗ୍ରହ

ଉଲୁଣ୍ଡା ୧୭/୮ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଯାଲୋଏ ଆମ୍ବେଦକର ସେବା ସଙ୍ଘ ରେ ଆମ ଓଡିଶା ସମ୍ବାଦ ଓ ଭୀମ ରାଓ ଆମ୍ବେଦକର ସଙ୍ଘ ଆନୁକୂଲ୍ୟରେ ଆୟୋଜିତ ରକ୍ତଦାନ ଶିବିର ରେ ସର୍ବମୋଟ ୧୧ୟୁନିଟ ରକ୍ତ ସଂଗ୍ରହ ହୋଇ ଥିଲା। ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଳା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିର କୁ ଉଦଘାଟନ କରିଥିଲେ। ରକ୍ତଦାତା ଜୀବନ ଦାତା ହେଲେ ଆକାଶ କଳ।ୟତ, ବିକାଶ କଳା ବିକାଶ ଜଗଦଳା, ମଣ୍ଟୁ ବାଘ, ଆନନ୍ଦ ମେହେର, ସୁରଜ ଜାଲ , ସୁଶୀଲ ତ୍ରିପାଠୀ, ଜିତୁ ଜଗଦଳା , ନୀଳକଣ୍ଠ ସାଗର, ଗିରିଜା ଶଙ୍କର ଭୋଇ ଅନନ୍ତ ମହାକୁରପ୍ରମୁଖ ରକ୍ତଦାନ କରି ଥିଲେ। ଭିମା ଟ୍ରଫି ର ସଭାପତି ପିଣ୍ଟୁ କୁମ୍ଭାର ଓ ଆମ୍ବେଦକର ସେବା ସଙ୍ଘ ର ସଭାପତି କୃଷ୍ଣ ଭରା ସାଗର ଯୋଗ ଦେଇଥିଲେ।ସୋନପୁର ରକ୍ତ ଭଣ୍ଡାର ର କର୍ମଚାରୀ ରକ୍ତ ସଂଗ୍ରହ କରି ଥିଲେ।ଡାକ୍ତର ବୃନ୍ଦାବନ ମେହେର ରକ୍ତ ଦାତା ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଥିଲେ। ଜଗତ ଦରୱାନରକ୍ତ ଦାତା ଙ୍କ ନାମ ନାମ ପଞ୍ଜିକରଣ କରି ଥିଲେ, ସୁଶାନ୍ତ ନାଏକ, ସୁଦାମ ବିଶ୍ୱାଳ ପ୍ରମୁଖ ରକ୍ତ ସଂଗ୍ରହକରୀ ଥିବା ବେଳେ ସମ୍ବାଦ ଉଲୁଣ୍ଡା ବ୍ଲକ ର ପ୍ରତିନିଧି କୁଶ ବଘାର ପରିଚାଳନା କରିଥିଲେ। କ୍ଲବ ର ସଭ୍ୟ ଦୁର୍ଗା ଜଗଦଳା, ମନୋଜ କଳ।ୟତ, ଆମ୍ବେଦକର ସେବା ସଙ୍ଘ ର ସଭାପତି କୃଷ୍ଣ ସାଗର ସମେତ ଅନ୍ୟ ମାନେ ସହଯୋଗ କରି ଥିଲେ।
