ବିଦୁତ ସଟ ସର୍କିଟ ରେ ମହିଳା ମୃତ..
ଅସ୍ତରଙ୍ଗ, ପୁରୀ ଜିଲ୍ଲା ଅସ୍ତରଙ୍ଗ ବିଦୁତ ସେକସନ ଅଧୀନ ବଳଭରପୁର ଗ୍ରାମରେ ସୋମବାର ଦିନ ସକାଳେ ଘଟିଛି ଏକ ଅଘଟଣ l ସେହି ଗ୍ରାମର ଭାବ ଦାସ ୬୦ ବର୍ଷୀୟ ମହିଳା ତାଙ୍କ ନିଜ ବିଲରେ କାମ କରୁଥିବା ବେଳେ, ବିଲରେ ଥିବା ବିଦୁତ ଖୁଣ୍ଟ ସଂସ୍ପର୍ଷ ରେ ଆସି ମୃତ୍ୟୁ ବରଣ କରିଥିବା ଜଣା ପଡିଛି l
ଘଟଣାରୁ ପ୍ରକାଶ ଜେ, ଭାବ ଦାସ, ବିଲ କୁ ଯାଇ ଦେଖିବାକୁ ପାଇଲେ ଜେ ବିଲରେ ସ୍ୱଳ୍ପ ପାଣି ରହିଥିବା ବେଳେ, କିଛି ମାଛ, ଗୋଧି, ସାପ ଆଦି ମରି ବିଲରେ ପଡି ଛନ୍ତି l ସେ କାଳ ବିଳମ୍ବ ନ କରି, ସେହି ମଲା ଜୀବ ଗୁଡିକୁ କାଢ଼ିବାକୁ ଗଲାବେଳେ, ବିଦୁତ ଖୁଣ୍ଟ ରେ ଆର୍ଥିଙ୍ଗ ପାଇଁ ଭୂମି କୁ ଲାଗିଥିବା ଥିବା ତାରଟି ରେ ଖୁଣ୍ଟି ସହ ବିଦୁତ ସରୋବହବ ଥିବାରୁ ତାଙ୍କ ଦେହରେ ବାଜି ଯାଇଥିଲା l ଯାହା ଫଳରେ କି ସେ ସେହି ଠାରେ ପଡ଼ିଯାଇ ଚିତକାର କରିବାରୁ ଲୋକ ମାନେ ଆସି ପହଂଚି ଥିଲେ ମଧ୍ୟ ବିଦୁତ ସରୋବରାହ ଖୁଣ୍ଟ ରେ ଥିବାରୁ କେହି ଉଦ୍ଧାର କରି ନ ପାରି ବିଦୁତ ଅଫିସ ଅସ୍ତରଙ୍ଗ କୁ ଫୋନ କଲେ l ହେଲେ କିଛି ସମୟ ପରେ ଲାଇନ କାଟିଥିଲେ ମଧ୍ୟ ତାଙ୍କୁ ଉଦ୍ଧାର କରି ଲୋକ ମାନେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣିଥିଲେ ସେଠାରେ ଡ଼କ୍ଟର ମହିଳା ଙ୍କୁ ମୃତ୍ ଘୋଷଣା କରି ପୋଲିସ କୁ ଖବର ଦେଇ ଶବ ବ୍ୟବ୍ୟଛେଦ ନିମନ୍ତେ,
ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଥିଲେ, ପୋଲିସ ମୃତକ ଘର ନିକଟ ରେ ପହଞ୍ଚି ତାର ତଦନ୍ତ ଜାରି ରଖିଥିବା ବେଳେ, ମୃତକ ଜଣେ ଗରିବ ହରିଜନ ବିଧବା ମହିଳା ଓ ତାଙ୍କର ଏକ ମାତ୍ର ପୁତ୍ର ଅବିବାହିତ ରହି ଥିବାରୁ ସରକାର ଓ ଟାଟା ପୱାର ତରଫରୁ ଆର୍ଥୀକ ସାହାଯ୍ୟ ଯୋଗାଇ ଦେବା ପାଇଁ ସାଧାରଣ ରେ ଦାବି ହେଉଛି l
