August 18, 2026

ବେଆଇନ ଭାବେ ଆନ୍ଧ୍ର ଜମି ମାଫିଆଙ୍କ କବଜା , ଥାନା ଓ ତହସିଲରେ ଲୋକଙ୍କ ଅଭିଯୋଗ 

IMG-20260817-WA0090
Share

 

ବୁଗୁଡ଼ା : ତା ୧୭/୦୮/୨୬ : ବୁଗୁଡ଼ା ଥାନା ତଥା ତହସିଲ ଇଲାକା ଅନ୍ତର୍ଗତ ମାଣିତରା ଓ ମକରାପଲ୍ଲୀର ରାଉତ ବଂଶର କଣ୍ଡରାଇ ମୋଜାରେ ଥିବା ଖାତା ନଂ ୨୭, ୨୪,୬୨, ୩୦, ୫୮, ୧,୧୪, ୫୫ରେ ପଟ୍ଟାପ୍ରାପ୍ତ କେତେକ ଜମିକୁ ବେଆଇନ ଭାବେ ଆନ୍ଧ୍ରର ଜମି ମାଫିଆ ବଳପୂର୍ବକ ନିଜର କବଜାକୁ ନେଉଥିବା ନେଇ ସଂପୃକ୍ତ ଜମିର ମାଲିକମାନେ ତହସିଲ କାର୍ଯ୍ଯାଳୟ ଏବଂ ପୋଲିସ ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି। ରାଉତ ବଂଶର ଲୋକେ ଅଭିଯୋଗ କରିଛନ୍ତି ଯେ, ଗତ କିଛି ଦିନ ହେଲା ଆନ୍ଧ୍ରର ଜଣେ ବ୍ୟକ୍ତି ଚାରଗୋଲା ଭିରା ଭେଙ୍କେଟା ସତ୍ଯନାରାୟଣ, ଅଳସୁ ଗ୍ରାମର ଦଲାଲ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ ଏବଂ ଆନ୍ଧ୍ର ବ୍ଯକ୍ତିଙ୍କ ଅଧିନରେ କାର୍ଯ୍ୟରତ କଣ୍ଡରାଇ ଗ୍ରାମର ସୁକାନ୍ତ ନାଇକ ଜୋରଜବରଦସ୍ତ କରି ସେମାନଙ୍କ

ଜମିରେ ଜେସିବି ମେସିନ ଲଗାଇ ବହୁ ପୂରାତନ ମୂଲ୍ୟବାନ ଗଛଗୁଡ଼ିକୁ ଉପାଡି ସଫା କରୁଛନ୍ତି। ଏହାର ପ୍ରତିବାଦ କରିବାରୁ ଜବରଦଖଲକାରୀମାନେ ସେମାନଙ୍କୁ ନାନାଦି ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ଏବଂ ଧକ୍କା ତଣ୍ଟିଆ ମାରିବା ସହ ହତ୍ୟା ଧମକ ଦେଇଛନ୍ତି । ଏଣୁ, ରାଉତ ବଂଶର ଲୋକେ ସେମାନଙ୍କ ଧନ ଓ ଜୀବନର ସୁରକ୍ଷା ସହ ଜବରଦଖଲକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିବେଦନ କରିଛନ୍ତି। ଏଥି ସହ ସେମାନେ ଭଞ୍ଜନଗର ଏସଡିପିଓ, ଗଞ୍ଜାମ ଏସପି ଏବଂ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ମଧ୍ଯ ଅଭିଯୋଗ ପତ୍ର ପ୍ରେରଣ କରିଛନ୍ତି।

ତେବେ ଡିମାରକେସନ ପାଇଁ ପ୍ରଥମେ ଆବେଦନ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ତାପସ ରାଉତ ପ୍ରକାଶ କରିଛନ୍ତି।

 

 

 

 

You may have missed