October 4, 2026

ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ  ପରିଦର୍ଶନ କଲେ ଅତିରିକ୍ତ ନିର୍ଦ୍ଦେଶିକା 

IMG-20261004-WA0017
Share

 

ବରଗଡ଼:(ସୁରେନ୍ଦ୍ର କଠାର )

ଭୁବନେଶ୍ୱରସ୍ଥିତ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶିକା ଶ୍ରୀମତୀ ବନ୍ଦନା ମହାପାତ୍ର ବରଗଡ଼ସ୍ଥିତ ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର ଶୈକ୍ଷିକ ଓ ବିକାଶମୂଳକ କାର୍ଯ୍ୟକଳାପ ସମୀକ୍ଷା କରିଥିଲେ।

ଏହି ଅବସରରେ ତାଙ୍କ ସହ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସରୋଜ କୁମାର ଭୁଏ ଓ ପେଡାଗୋଜି ସଂଯୋଜିକା ଶ୍ରୀମତୀ ପୁଷ୍ପାଞ୍ଜଳି ଦାଶ ଉପସ୍ଥିତ ଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ଶାନ୍ତି ସୁନାଙ୍କ ନେତୃତ୍ୱରେ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ।

ପରିଦର୍ଶନ ସମୟରେ ଶ୍ରୀମତୀ ମହାପାତ୍ର ବିଦ୍ୟାଳୟର ସ୍ମାର୍ଟ କ୍ଲାସରୁମ୍‌, ଇ-ଲାଇବ୍ରେରୀ, ବିଜ୍ଞାନ ପରୀକ୍ଷାଗାର ସମେତ ବିଭିନ୍ନ ଶିକ୍ଷାମୂଳକ ସୁବିଧା ନିରୀକ୍ଷଣ କରିଥିଲେ। ସେ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରୀମାନଙ୍କ ସହ ସିଧାସଳଖ ଆଲୋଚନା କରି ଶିକ୍ଷାଦାନ-ଶିକ୍ଷଣ ପ୍ରକ୍ରିୟା, ବିଦ୍ୟାଳୟର କାର୍ଯ୍ୟକଳାପ ଓ ଛାତ୍ରୀମାନଙ୍କ ଶୈକ୍ଷିକ ପ୍ରଗତି ସମ୍ପର୍କରେ ଅବଗତ ହୋଇଥିଲେ।

ଏହାସହ ସେ ପିଏମ୍ ଶ୍ରୀ ଯୋଜନା ଅଧୀନରେ ବିଦ୍ୟାଳୟରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ପଦକ୍ଷେପର ସମୀକ୍ଷା କରିଥିଲେ। ବିଦ୍ୟାଳୟର ସାମଗ୍ରିକ ଶୈକ୍ଷିକ, ଭିତ୍ତିଭୂମି ଓ ସର୍ବାଙ୍ଗୀନ ବିକାଶ ପାଇଁ ସେ ବିଭିନ୍ନ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିଥିଲେ।

।