ଅସରଳାର କୁଞ୍ଜବନ ମଠରେ ଜନ୍ମାଷ୍ଟମୀ, ନନ୍ଦ ଉତ୍ସବ ଓ ଭାଗବତ ସପ୍ତାହ ପାଳିତ।

ବୋଲଗଡ଼,୧୭/୦୮(ଉପାନ୍ତ ଖବର) ବୋଲଗଡ଼ ବ୍ଲକ ଅସରଳା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହନୁମନ୍ତ ପ୍ରସାଦ ସ୍ଥିତ କୁଞ୍ଜ ବନ ମଠ ପରିସରରେ ସାତଦିନ ଧରି ଜନ୍ମାଷ୍ଟମୀ ଉତ୍ସବ, ନନ୍ଦ ଉତ୍ସବ, ଓ ଭାଗବତ ସପ୍ତାହ ମହା ଆଡ଼ମ୍ବର ସହକାରେ ପାଳନ କରାଯାଉଛି। କୁଞ୍ଜ ବନ ମଠର ବରିଷ୍ଠ ପୂଜକ ମଦନ ମୋହନ ଦାସ ମହାରାଜଙ୍କ ତତ୍ତ୍ଵାବଧାନରେ ପ୍ରତିଦିନ ମଠର ବୈଦିକ ନୀତି ଅନୁସାରେ ଶ୍ରୀ ଶ୍ରୀ କୁଞ୍ଜ ବିହାରୀ ଦେବଙ୍କୁ ପୂଜା ପାଠ କରାଯାଉଛି। ଏହି ପବିତ୍ର କାର୍ଯ୍ୟକ୍ରମ ରେ ପିଚୁକୁଳି ଗ୍ରାମ ପଞ୍ଚାୟତ, ଅସରଳା ଗ୍ରାମ ପଞ୍ଚାୟତ, ମାଣିବନ୍ଧ ଗ୍ରାମ ପଞ୍ଚାୟତ ଓ ବାଙ୍କୋଇଦେଶ ଗ୍ରାମ ପଞ୍ଚାୟତ ଗୁଡ଼ିକରୁ ବହୁ ଶ୍ରଦ୍ଧାଳୁ ଭକ୍ତ ମାନେ ଯୋଗଦେଇ ଶ୍ରୀ ଭାଗବତ ଗୀତା ଶ୍ରବଣ କରି ରାଧା କୃଷ୍ଣ ଦେବଙ୍କର ଆଶିଷ କୃପା ଭିକ୍ଷା ଲାଭ କରୁଛନ୍ତି।
ଭାଗବତ ସପ୍ତାହ ପାଳନ କାର୍ଯ୍ୟକ୍ରମ ରେ ବରିଷ୍ଠ ବ୍ୟାସ ରମେଶ ଚନ୍ଦ୍ର କର ପ୍ରତିଦିନ ଯୋଗ ଦେଇ ଶ୍ରୀ ମଦ୍ ଭାଗବତ ପାଠ କରି ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଭଲ ମଣିଷ ହେବାପାଇଁ ଓ ସୁସ୍ଥ ସମାଜ ଗଠନ କରିବାକୁ ଉଚିତ୍ ଶିକ୍ଷା ତଥା ପରାମର୍ଶ ଦେଉ ଅଛନ୍ତି। ଏସମସ୍ତ କାର୍ଯ୍ୟ କ୍ରମ କୁ ସମାଜସେବୀ ବିବେକାନନ୍ଦ ସ୍ୱାଇଁ, ଚଣ୍ଡେଶ୍ୱର ବଳିଆରସିଂହ, ନିତ୍ୟାନନ୍ଦ ସ୍ୱାଇଁ, ମାୟାଧର ହୋତା ଓ ଗୋକୁଳାନନ୍ଦ ପ୍ରଧାନ ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।
