April 26, 2026

ପାରଳାଖେମୁଣ୍ଡି ପୋଲିସକୁ ପୁଣି ମିଳିଲା ଏକ ବଡ ସଫଳତା….. ଅପହୃତ ଗ୍ରାନାଇଟ ମ୍ୟାନେଜର ଆନ୍ଧ୍ରରୁ ଉଦ୍ଧାର ୭ ଅପହରଣକାରୀ ଗିରଫ        

IMG-20250817-WA0026
Share

 

 

ପାରଳାଖେମୁଣ୍ଡି:୧୭/୮(ଗରୁଡ ଧ୍ଵଜ ଚୌଧୁରୀ)ପାରଳାଖେମୁଣ୍ଡି ପୋଲିସକୁ ପୁଣି ଏକ ବଡ଼ ସଫଳତା ମିଳିଛି. ଗ୍ରାନାଇଟ ମ୍ୟାନେଜରଙ୍କୁ ଅପହରଣ କରି ନେବା ସହ 10 ଲକ୍ଷ ଟଙ୍କା ଦାବି କରିବା ଘଟଣାରେ ପୋଲିସ 7 ଜଣଙ୍କୁ ଆନ୍ଧ୍ରରୁ ଗିରଫ କରିଛି. ଗ୍ରାନାଇଟ ମ୍ୟାନେଜରକୁ ମଧ୍ୟ ପୋଲିସ ଉଦ୍ଧାର କରିଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶଯେ, ପାରଳାଖେମୁଣ୍ଡି ସହର ଉପକଣ୍ଠର ଢାମଣୀ ଗ୍ରାମରେ ଥିବା ଶ୍ରୀହରି ଗ୍ରାନାଇଟର ମ୍ୟାନେଜର ଧର୍ମେନ୍ଦ୍ର କୁମାରଙ୍କୁ କିଛି ଦୁର୍ବତ୍ତ ଅପହରଣ କରି ନେଇଥିଲେ. ତାଙ୍କୁ ମୁକ୍ତ କରିବା ପାଇଁ 10 ଲକ୍ଷ ଟଙ୍କା ଦୁର୍ବତ୍ତମାନେ ଦାବି କରିଥିଲେ. ଏହି ଘଟଣାଟି ପାରଳାଖେମୁଣ୍ଡି ଥାନାରେ ଅଭିଯୋଗ ହେବା ପରେ ଥାନା ଆଇଆଇସି ପ୍ରଶାନ୍ତ ଭୂପତି ଘଟଣା ନେଇ ସବୁ ଦିଗରୁ ସୁଚିନ୍ତିତ ଭାବେ ଅନୁଧ୍ୟାନ କରି ତଦନ୍ତ କରିଥିଲେ. ଏଥିରେ ପୋଲିସକୁ ସମ୍ପୂର୍ଣ ସଫଳତା ମିଳିଥିଲା. ଅପହୃତ ଗ୍ରାନାଇଟ ମ୍ୟାନେଜର ଧର୍ମେନ୍ଦ୍ର କୁମାରଙ୍କୁ ପୋଲିସ ଅକ୍ଷତ ଅବସ୍ଥାରେ ଆନ୍ଧ୍ରର ବିଜୟନଗର ଠାରୁ ଉଦ୍ଧାର କରିବା ସହ ଅପହରଣ କରିଥିବା 7 ଜଣଙ୍କୁ ପୋଲିସ ଗିରଫ କରି କୋୖର୍ଟଚାଲାଣ କରିଥିବା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଜପତି ଏସପି ଯତୀନ୍ଦ୍ର ପଣ୍ଡା ସୂଚନା ପ୍ରକାଶ କରି କହିଛନ୍ତି, ଏହି ଅପହରଣ ଘଟଣାରେ ବ୍ୟବହୃତ 2 ଗୋଟି କାର, 25 ହଜାର ଟଙ୍କା ସମେତ ସମସ୍ତଙ୍କ ଠାରୁ ମୋବାଇଲକୁ ଜବତ କରାଯାଇଛି.