April 26, 2026

ଲଚିଦାରେ ଆମ ଗାଁ ଲୋକମହୋତ୍ସବ

IMG-20250817-WA0004
Share

 

 

ସୁରେନ୍ଦ୍ର କଠାର,ବରଗଡ

 

ଅତାବିରା ବ୍ଲକ ଅଧିନ ଲଚିଦା ଗ୍ରାମରେ ଓଡିଶା ସାହିତ୍ୟ ସଂସ୍କୃତି ବିଭାଗ ଓଡିଶା ସରକାର ତରଫରୁ ଆମ ଗାଁ ଲୋକମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏଥିରେ ମୁଖ୍ୟ ଅତିଥି ଭାବେ ହିର୍ଲିପାଲି ଗ୍ରାମ ପଂଚାୟତର ସମିତିସଭ୍ୟ ବିଦ୍ୟାଧର ପ୍ରଧାନ ଯୋଗଦାନ କରି ଫିତା କାଟି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ |ଉଦଘାଟନୀ ସମୟରେ ମଣ୍ଡଲ ପ୍ରତିନିଧି ମନୋଜ ସୁପକାର,ଅତାବିରା ଏନଏସି ୧ ନମ୍ବର କାଉନସିଲର ଦୀପକ ରାଏ ପ୍ରମୁଖ ଉପସ୍ଥିତ ଥିଲେ |କଂସ ଦରବାର,ଭଜନ ଓ କରମସାନୀ ଆଦି ପରିବେଷିତ ହୋଇଥିଲା |କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ନୀଲିମା କଣ୍ଟା,ଦର୍ଶକମାନେ ଉକ୍ତ କାର୍ଯ୍ୟକ୍ରମଟିକୁ ବେଶ୍ ଉପଭୋଗ କରିଥିଲେ |ଏହି କାର୍ଯ୍ୟକ୍ରମ ଦେଖିବା ପାଇଁ ଶତାଧିକ ଦର୍ଶକକଂ ଭିଡ ଜମିଥିଲା |ଧିରେ ଧିରେ ଆମ ସମାଜରେ ଲୋପ ପାଇଯାଉଥିବା ଲୋକସଂସ୍କୃତି ଲୋକ ପରମ୍ପରାକୁ ଲୋକ ଲୋଚନକୁ ଆଣିବାର ପ୍ରୟାସ ଏହି କାର୍ଯ୍ୟକ୍ରମର ମୂଲ ଲକ୍ଷ୍ୟ,ଶେଷରେ ଦିବାକର ଦୀପ ଧନ୍ୟବାଦ ପ୍ରଦାନ କରିଥିଲେ |