April 29, 2026

ଉମରକୋଟ ଠାରେ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ତିରୋଧାନ ଦିବସ ପାଳିତ……….

IMG-20240817-WA0041
Share

ଉମରକୋଟ:- ୧୭/୦୮/୨୦୨୪ (ଏମ୍.ଦିନା°ଶୁ ଆଚାରୀ)ଆଜି ଉମରକୋଟ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ଭାରତ ରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ତିରୋଧାନ ଦିବସ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସ୍ବର୍ଗତ ବାଜପେୟୀଙ୍କ ଫଟୋଚିତ୍ରରେଉପସ୍ଥିତ ଅତିଥି ମାନେ ଓ ଦଳୀୟ କର୍ମକର୍ତ୍ତା ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ଏହି ସଭାରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ କାର୍ଯ୍ୟକର୍ତା ପି.ରାବଣା ରାଓ, ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ ପାଢ଼ୀ,ଜିଲ୍ଲା ସମ୍ପାଦକ ରାମ ନାୟକ, ଜିଲ୍ଲା ସାଧାରଣ ସମ୍ପାଦିକା ଶ୍ରୀମତୀ ମନ୍ଦିରା ନାୟକ, ପୌର ପରିଷଦ ସଦସ୍ୟା କାନକଲତା ନାୟକ, ନଗର ସଭାପତି ଗୋପୀନାଥ ସାହୁ ମଞ୍ଚାସିନ ହୋଇଥିଲେ।ଏହି ସଭାରେ ବାଜପେୟୀଙ୍କ ସରକାର ସମୟରେ ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡିକ ସହ ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଆଣବିକ ଶକ୍ତିର ବିକାଶ ଓ ପଡୋଶୀ ଦେଶ ପାକିସ୍ତାନ ଭାରତର କାର୍ଗିଲ ସୀମାର ଅକ୍ତିଆର କରିଥିବା ଅଂଚଳକୁ ମୁକ୍ତ କରାଇଥିଲେ। ବାଜପେୟୀଙ୍କ ସମୟରେ ଉନ୍ନତି ମୂଳକ ଯୋଜନା କୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଫଳପ୍ରଦ କରୁଛନ୍ତି ବୋଲି ସଭାରେ ଉପସ୍ଥିତ ଅତିଥି ଶ୍ରୀ ଅଶୋକ ପାଢ଼ୀ, ଶ୍ରୀ ରାମ ନାୟକ ଓ ଅନ୍ୟ ଅତିଥି ମାନେ ବକ୍ତବ୍ୟରେ କହିଥିଲେ।ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ଣ୍ଣ ଗଣ୍ଡ, ନିତୁ ଗଣ୍ଡ, ସାନ ନାୟକ,ପ୍ରଦୀପ ମିଶ୍ର, ଲୋକନାଥ ମହାପାତ୍ର ଙ୍କ ସହ ବହୁ ମହିଳା ମୋର୍ଚ୍ଚା ର ସଭ୍ୟା ଓ ଡେଲି କର୍ମକର୍ତ୍ତା ଉପସ୍ଥିତ ଥିଲେ।