November 15, 2024

ଉମରକୋଟ ଠାରେ ବହୁ ବର୍ଷ ଅପେକ୍ଷା ପରେ ଦିବ୍ୟାଙ୍ଗ ଙ୍କୁ ମିଳିଲା ଟ୍ରାଇ ସାଇକେଲ…..

Share

ଉମରକୋଟ(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ସହରର ଭାଲୁଗୁଗୁଡା ସାହି ନିବାସୀ ବଲ ବାଘ,ବୟସ ୬୪ ବର୍ଷ ପିତା-ସ୍ୱର୍ଗତ ବଗେଲ ବାଘ, ଜଣେ ଦିନ ମଜୁରିଆ ଭାବେ ଠେଲା ରିକ୍ସା ଚଳାଇ ନିଜର ପରିବାର ପତିପୋଷଣ କରି ଆସୁଥିଲେ।କିନ୍ତୁ ଆଜକୁ ଦଶ ବର୍ଷ ପୂର୍ବେ ରାସ୍ତାରେ ମୋଟର ସାଇକେଲ ଦୁର୍ଘଟଣା ଘଟାଇବା ପରଠାରୁ ତାଙ୍କରି ଡାହାଣ ଗୋଡ ସମ୍ପର୍ଣ୍ଣ ଅକାମି ହୋଇଯାଇଥିଲା।ପରିବାର କାହାର ବି ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ଗୋଡକୁ ଅପେରସନ କରିପାରି ନଥିଲେ।ଫଳରେ ବଲ ବାଘର ଡାହାଣ ଗୋଡ ସମ୍ପୂର୍ଣ ଅକାମି ହୋଇଯାଇଥିଲା ଆଜକୁ ଆଠ ବର୍ଷ ପୂର୍ବେ ସେ ହ୍ୟାଣ୍ଡି କ୍ୟାପ ସାର୍ଟିଫିକେଟ ନିମନ୍ତେ ବହୁ ବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଦୌଡ଼ି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ନଭେଟି ନିରାଶ ହୋଇ ଫେରୁଥିଲେ।ଶେଷରେ ଉମରକୋଟ ରେ ଅନୁଷ୍ଠିତ କ୍ୟାମ୍ପରେ ବରିଷ୍ଠ ଓକିଲ ଶ୍ରୀ ରାମ ନାୟକ ଙ୍କୁ ଭେଟି ଜଣାଇବା ଫଳରେ ଦିବ୍ୟାଙ୍ଗ ସାର୍ଟିଫିକେଟ ତାଙ୍କରି ପ୍ରଚେଷ୍ଟାରୁ ହୋଇ ପାରିଥିଲା ବୋଲି ଦିବ୍ୟାଙ୍ଗ ବଲ ବାଘ ପ୍ରକାଶ କରିଥିଲେ।ସେହିପରି ଆଜକୁ ଛଅ ବର୍ଷ ହେବ ମୁଁ ଦିବ୍ୟାଙ୍ଗ ଟ୍ରାଇ ସାଇକେଲ ପାଇବା ନିମନ୍ତେ ବହୁବାର ମୁନିସିପାଲଟି ଓ ବ୍ଲକ କାର୍ଯ୍ୟାଳୟ କୁ ଯାଇ ନପାଇ ନିରାଶ ହୋଇ ଫେରୁଥିଲି।ଶେଷରେ

ସମାଜସେବୀ ତଥା ବରିଷ୍ଠ ଓକିଲ ଶ୍ରୀ ରାମ ନାୟକ ଙ୍କୁ ଭେଟି ଗୁହାରି କରିଥିଲି ଟ୍ରାଇ ସାଇକେଲ ପାଇବା ନିମନ୍ତେ। ଶ୍ରୀ ରାମ ନାୟକ ଦିବ୍ୟାଙ୍ଗ ବଲ ବାଘଙ୍କୁ ଧରି ଉମରକୋଟ ଗୋଷ୍ଟି ଉନ୍ନୟନ ଅଧିକାରୀ

ଶ୍ରୀ ପ୍ରୀତିରଞ୍ଜନ ରଥ ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ

ଶ୍ରୀ ଦେବାଶିଷ ମିଶ୍ରଙ୍କୁ ଭେଟି ଦିବ୍ୟାଙ୍ଗ ବଲ ବାଘ ତାର

ହ୍ୟାଣ୍ଡିକ୍ୟାପ ସାର୍ଟିଫିକେଟ ଓ ଆଧାରକାର୍ଡ ପ୍ରଦାନ କରାଯିବା ଫଳରେ ବିଡିଓ ଶ୍ରୀ ପ୍ରୀତିରଞ୍ଜନ ରଥ ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଦେବାଶିଷ ମିଶ୍ର ଏବଂ ସମାଜସେବୀ ଶ୍ରୀ ରାମ ନାୟକ ଓ ବରିଷ୍ଠ ନାଗରିକ ଶ୍ରୀ ମୁନା ଭାଇ ଏବଂ ବୁଲ ପାତ୍ର ଙ୍କ ଉପସ୍ଥିତିରେ ଦିବ୍ୟାଙ୍ଗ ଟ୍ରାଇ ସାଇକେଲ ବଲ ବାଘ ଙ୍କୁ ପ୍ରଦାନ କରାଯାଇଥିଲା। ଦିବ୍ୟାଙ୍ଗ ବଲ ବାଘ ବହୁ ବର୍ଷ ଅପେକ୍ଷା ପରେ ଟ୍ରାଇ ସାଇକେଲ ଟି ପାଇବା ପରେ ଆନନ୍ଦ ରେ ଭାବବିଭୋର ହୋଇ ଯାଇଥିଲେ ଏବଂ ଶେଷରେ ଶ୍ରୀ ରାମ ନାୟକ ଓ ବିଡିଓ ଶ୍ରୀ ପ୍ରୀତିରଞ୍ଜନ ରଥ ଏବଂ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଦେବାଶିଷ ମିଶ୍ର ଙ୍କୁ ଧନ୍ୟବାଦ ଜଣାଇଥିଲେ।