July 17, 2026

ସୋରଡ଼ା ସହର ସ୍ଥିତି ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିରରେ ପହଂଚି ଦିବ୍ୟ ଦର୍ଶନ କଲେ ମାନ୍ୟବର ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଷୋୟୀ

IMG-20260717-WA0040
Share

     ଆଜି ପବିତ୍ର ରଥଯାତ୍ରାର ମହାପୁଣ୍ୟ ଅବସରରେ ସୋରଡ଼ା ବିଧାନସଭା କ୍ଷେତ୍ର ଅନ୍ତର୍ଗତ ସୋରଡ଼ା ସହର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ପହଞ୍ଚି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦିବ୍ୟ ଦର୍ଶନ କଲେ ମାନ୍ୟବର ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଷୋୟୀ। ମହାପ୍ରଭୁଙ୍କ ପବିତ୍ର ଶ୍ରୀଚରଣରେ ନତମସ୍ତକ ହୋଇ ସମଗ୍ର ସୋରଡ଼ା ବିଧାନସଭା କ୍ଷେତ୍ରର ସର୍ବସାଧାରଣଙ୍କ ସୁଖ,ଶାନ୍ତି, ସମୃଦ୍ଧି, ନିରାମୟ ଜୀବନ ଓ ସର୍ବାଙ୍ଗୀନ ବିକାଶ ପାଇଁ ପ୍ରାର୍ଥନା କଲେ ।

 

ରଥଯାତ୍ରା କେବଳ ଏକ ପର୍ବ ନୁହେଁ, ଏହା ଭକ୍ତି, ସମର୍ପଣ, ସମାନତା ଓ ମାନବିକତାର ଏକ ମହାନ ପ୍ରତୀକ। ମହାପ୍ରଭୁଙ୍କ ରଥାରୂଢ଼ ଲୀଳା ସମଗ୍ର ବିଶ୍ୱକୁ ଭାଇଚାରା,ପ୍ରେମ,ସହଯୋଗ ଓ ଧର୍ମର ପଥରେ ଅଗ୍ରସର ହେବାର ବାର୍ତ୍ତା ପ୍ରଦାନ କରେ। ଏହି ଦିବ୍ୟ ମୁହୂର୍ତ୍ତରେ ମହାପ୍ରଭୁଙ୍କ ଅସୀମ କୃପାରୁ ସମସ୍ତଙ୍କ ଜୀବନକୁ ସୁଖ,ସମୃଦ୍ଧି ଓ ଆଧ୍ୟାତ୍ମିକ ଚେତନାରେ ପରିପୂର୍ଣ୍ଣ କରୁ ବୋଲି ପ୍ରାର୍ଥନା କଲେ ।ବହୁ ସଂଖ୍ୟାରେ ଭକ୍ତ ମାନଙ୍କ ଦେଖିବାକୁ ମିଳିଥିଲା

ସୋରଡ଼ା ରୁ ସଞ୍ଜୟ କୁମାର ସେଠି ଙ୍କ ରିପୋର୍ଟ