July 17, 2026

ଶିଶୁ ଅଧିକାର ସୁରକ୍ଷା ଷ୍ଟଲ ଉଦଘାଟିତ

IMG-20260717-WA0028
Share

 

 

ପବିତ୍ର ରଥଯାତ୍ରା ଉପଲକ୍ଷେ ଶିଶୁ ଅଧିକାର ସୁରକ୍ଷା ସଚେତନତା ନିମନ୍ତେ ପୁରୀ ଶରଧାବାଲି ଠାରେ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ, ଓଡିଶା ସରକାରଙ୍କ ତରଫରୁ ଏକ ସୂଚନା ଶିକ୍ଷା ଓ ଯୋଗାଯୋଗ ଷ୍ଟଲ ଉଦଘାଟିତ ହୋଇଯାଇଛି। ଏହି ଷ୍ଟଲ କୁ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଉଦଘାଟନ କରିଥିଲେ। ଉଦଘାଟନ ଭାଷଣରେ ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରଥଯାତ୍ରାକୁ ଶିଶୁ ସୁଲଭ କରିବା, ଶିଶୁ ମାନଙ୍କ ଅଧିକାରକୁ ସୁରକ୍ଷିତ ରଖିବା ଓ ସେମାନଙ୍କର ସ୍ୱାର୍ଥକୁ ପରିପୂରଣ କରିବା ସମସ୍ତଙ୍କର ଦାୟିତ୍ୱ। ସ୍ବେଛାସେବୀ ସ୍ଥାନୀୟ ବାସିନ୍ଦା, ପୋଲିସ ସର୍ବୋପରି ସର୍ବସାଧାରଣ ମାନେ ଶିଶୁ ମାନଙ୍କ ସୁବିଧା ପ୍ରତି ସମ୍ବେଦନଶୀଳ ହୋଇ ଶିଶୁ ଅଧିକାର ସୁନିଶ୍ଚିତ କରିବାକୁ ଆଗେଇ ଆସିବା ଉଚିତ। ଏହି ଅବସରରେ ରଥଯାତ୍ରା ସମୟରେ ଶିଶୁ ମାନଙ୍କ ଉଦ୍ଧାର ଥଇଥାନ ନିମନ୍ତେ ନିଯୁକ୍ତ ୬୦ ଜଣ ସ୍ବେଛାସେବୀଙ୍କ ସହିତ ଆଲୋଚନା କରିବା ସହିତ ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଦ୍ୱାରା ପ୍ରକାଶିତ ଶୈଶବ ସୁରଭି ପତ୍ରିକା ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ଆୟୋଗର ସଦସ୍ୟା ଚନ୍ଦନା ଦାସ, ମନସ୍ମିତା ଖୁଣ୍ଟିଆ, ସୁଜାତା ନାୟକ, କସ୍ତୁରୀ ମିଶ୍ର, କଳ୍ପନା ଲେଙ୍କା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ନିମନ୍ତ୍ରିତ ଅତିଥି ଭାବରେ ସାଂସଦ ସମ୍ବିତ ପାତ୍ର, ବିଧାୟକ ଆଶ୍ରିତ ପଟ୍ଟନାୟକ, ଓମ ପ୍ରକାଶ ମିଶ୍ର, ସୁନୀଲ ମହାନ୍ତି ଯୋଗ ଦେଇଥିଲେ। ୟୁନିସେଫ ପ୍ରତିନିଧି ସୁଗତ ରାୟ, ମାନା ବିଶ୍ୱାସ, ଘାସିରାମ ପଣ୍ଡା, ଚକ୍ରଧର ସାହୁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଏବଂ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ମହାବୀର ରୁଦ୍ର ନାରାୟଣ ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ଓ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ଏହି ଷ୍ଟଲ ବାହୁଡା଼ ଯାତ୍ରା ପର୍ଯ୍ୟନ୍ତ ଜନସଚେତନତା ସୃଷ୍ଟି କରିବା ସହିତ ବାଳାଶ୍ରମ ଅନ୍ତେବାସୀଙ୍କ ଦ୍ୱାରା ବିଭିନ୍ନ କୃତି ଏଠାରେ ପ୍ରଦର୍ଶିତ ହେବ ବୋଲି ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର କହିଛନ୍ତି।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ