April 27, 2026

ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବେନୋରା ପଂଚାୟତ କଲିବେଢା ଠାରେ ମଦ ବିକ୍ରି କୁ ବିରୋଧ କଲେ ଗ୍ରାମ ବାସି………

IMG-20250717-WA0045
Share

 

ନବରଙ୍ଗପୁର:- (ଏମ୍.ଦୀନା°ଶୁ ଆଚାରୀ) ମଦ କୁ ବିରୋଧ କରିଲେ ଗ୍ରାମ ର ଶତାଧିକ ମହିଳା, ଘରେ ଘରେ ପଶିଲେ, ଦୋକାନ ରେ ପଶି ମଦ ବୋତଲ ଆଣି ରାସ୍ତା ରେ ଫଟେଇଲେ ମହିଳାମାନେ। ଅଞ୍ଚକକୁ ମଦ ମୁକ୍ତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ମହିଳା ମାନେ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବେନୋରା ପଂଚାୟତ କଲିବେଢା ଗ୍ରାମରେ। ଉକ୍ତ ଗ୍ରାମରେ ମଙ୍ଗଳବାର ଦିନ ସାପ୍ତାହିକ ହାଟ ବସୁଥିବା ବେଳେ ଏଠାରେ ଥିବା କିଛି ଦୋକାନୀ ବିଗତ ଚାରି ରୁ ପାଞ୍ଚ ବର୍ଷ ହେଲା ମଦ ବ୍ୟବସାୟ କରୁଥିବା ଦେଖିବାକୁ ମିଳିଛି। ଗ୍ରାମ ର ପୁରୁଷ ମାନେ ଘରୁ ଟଙ୍କା ଆଣି ଏହି ଦୋକାନ ଗୁଡିକରୁ ମଦ କିଣି ମଦ ପିଇ ହାଟପଦାରେ ରେ ଥିବା ପିଣ୍ଡି ରେ ମଦ ବୋତଲ ଫିଙ୍ଗି ଘରେ ସ୍ତ୍ରୀ ଙ୍କ ସହ ଗଣ୍ଡଗୋଳ କରୁଥିବା ଅଭିଯୋଗ କରିଛନ୍ତି ମହିଳାମାନେ ଏହି ପରିପ୍ରେକ୍ଷୀରେ ଆଜି ଗ୍ରାମ ର ଶତାଧିକ ମହିଳା ହାଟପଦାରେ ଥିବା ଦୋକାନ ଓ ଘରେ ପଶି ମଦ ବୋତଲ ଆଣି ରାସ୍ତା ଉପରେ ଫଟେଇଥିଲେ ଏବଂ ଆଗାମୀ ଦିନରେ ମଦ ବ୍ୟବସାୟ ବନ୍ଦ ନ ହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି।