ଦିବଂଗତ ଛାତ୍ରୀ ଓ ମହିଳାଙ୍କୁ ନ୍ୟାୟ ଦାବିରେ ଆଜି ଭବାନୀପାଟଣାରେ ୧୨ ଘାଣ୍ଟିଆ ବନ୍ଦ ଡାକରା।

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ)ଗତ ୧୨ ତାରିଖରେ ଏଫ. ଏମ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ଘଟଣା ସାରା ଓଡିଶା ତଥା ଭାରତ ବର୍ଷକୁ ସ୍ତବ୍ଧ କରିଥିବା ବେଳେ, ଦିବଂଗତ ଛାତ୍ରୀ ଓ ମହିଳା ମାନଙ୍କୁ ଉଚିତ ନ୍ୟାୟ ଦାବିରେ ରାଜ୍ୟ ମିଳିତ ବିରୋଧୀ ଦଳଙ୍କ ଦ୍ୱାରା ଆଜି ଭବାନୀପାଟଣାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ଏବଂ ଏହି ବନ୍ଦ ଡାକରାକୁ ଭବାନୀପାଟଣାର ସମସ୍ତ ବାସିନ୍ଦା ସମର୍ଥନ ଜଣାଇଛନ୍ତି। ବିରୋଧୀ ଦଳର ଜଣେ ନେତ୍ରୀ ଜଣାଇଛନ୍ତି ଯେ, ଓଡିଶାର ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ଛାତ୍ରୀମାନେ ଆଜି ସୁରକ୍ଷିତ ନାହାନ୍ତି, ଏହି ଘଟଣା ଏହାର ଏକ ଜ୍ୱଳନ୍ତ ଉଦାହରଣ। ଏହାଛଡା ବର୍ତମାନ ସରକାରଙ୍କ ୧ ବର୍ଷର ଶାସନ ସମୟ ମଧ୍ୟରେ ଓଡ଼ିଶାର ନାରୀମାନଙ୍କ ଉପରେ ଦୁଷ୍କର୍ମ,ହତ୍ୟା ଓ ବିଭିନ୍ନ ପ୍ରକାରର ନିର୍ଯ୍ୟାତନା ଦିନକୁ ଦିନ ବଢ଼ି ଚାଲିଥିବାବେଳେ,ଓଡ଼ିଶାରେ ଆନୁମାନିକ ଦୈନିକ ୧୫ ଜଣ ଛାତ୍ରୀ ଓ ମହିଳା ଦୁଷ୍କର୍ମ, ହତ୍ୟା ଓ ନିର୍ଯ୍ୟାତନାର ଶିକାର ହେଉଛନ୍ତି। ମୃତ ଛାତ୍ରୀ ଓ ଓଡିଶାର ନାରୀ ମାନଙ୍କୁ ନ୍ୟାୟ ଦେବାପାଇଁ ରାଜ୍ୟର ବିରୋଧୀ ଦଳମାନେ ଏକାଠି ହୋଇ ଗଭୀର ଶୋକ ଓ ଚିନ୍ତା ବ୍ୟକ୍ତ କରିବା ସହ ଛାତ୍ରୀଙ୍କ ମୃତ୍ୟୁ ଘଟଣାର ନ୍ୟାୟିକ ତଦନ୍ତ, ସମସ୍ତ ଦୋଷୀଙ୍କୁ କଠୋର ଦଣ୍ଡ ଓ ଉଚ୍ଚ ଶିକ୍ଷାମନ୍ତୀଙ୍କ ବରଖାସ୍ତ ପାଇଁ ଦାବି କରିଛନ୍ତି।
