April 29, 2026

ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ ବାର ଘଣ୍ଟିଆ ବନ୍ଦ ପାଳନ  

IMG-20250717-WA0025
Share

 

ଲାଞ୍ଜିଗଡ଼ ( ପୁରନ୍ଦର ଦଣ୍ଡସେନା ) ବାଲେଶ୍ୱରର ଏଫ. ଏମ. କଲେଜର ଛାତ୍ରୀ ମୃତ୍ୟୁ ଘଟଣାରେ ସରକାରଙ୍କ ବିଫଳତାକୁ ବିରୋଧ କରି କଂଗ୍ରେସ ଓ ଅନ୍ୟ ଆଠୋଟି ଦଳ ତରଫରୁ ଆଜିବାର ଘଣ୍ଟିଆ ସମ୍ପୂର୍ଣ ଓଡିଶା ବନ୍ଦ ଆନ୍ଦୋଳନ ପାଇଁ ଡାକରା ଦିଆଯାଇଥିଲା l ସେଇ ପରିପ୍ରେକ୍ଷୀରେ ଆଜି କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି l ଗତକାଲି କଂଗ୍ରେସ ଦଳ ତରଫରୁ ସମସ୍ତ ଦୋକାନ ବଜାର ବନ୍ଦ ପାଇଁ ଅନୁରୋଧ କରାଯାଇଥିଲା l ତେଣୁ ସମସ୍ତ ଦୋକାନ ଓ ବ୍ୟବସାୟପ୍ରତିଷ୍ଠାନ ବିନା ଆପତ୍ତିରେ ବନ୍ଦକୁ ସହଯୋଗ କରିଥିଲେ l ଆଜି ଏଠାରେ ଚା’ ଜଳଖିଆ ଠାରୁ ଆରମ୍ଭ କରି ସମସ୍ତ ଦୋକାନ ଓ ବସ ଏବଂ ଅନ୍ୟାନ୍ୟ ଚାରିଚକିଆ ଯାନ ମଧ୍ୟ ବନ୍ଦ ରହିଛି l ସକାଳ ଛ’ ଟାରୁ ସନ୍ଧ୍ୟା ଛ’ ଯାଏଁ ଏହି ବନ୍ଦ ପାଳନ କରାଯିବ l ଶାନ୍ତି ଶୃଙ୍ଖଳାର ସହିତ ବନ୍ଦ ପାଳନ କରାଯାଉଛି l ପୋଲିସ ଏହି ବନ୍ଦ ଉପରେ ନଜର ରଖିଛି l

 

ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା / ନିୟୁଜ ଉପାନ୍ତ ଖବର