ଝାଡେଶ୍ୱର +୨ ବିଜ୍ଞାନ କଲେଜ୍ ରେ ହୋଇଥିବା ଛାତ୍ରୀ ମୃତ୍ୟୁ ମାମଲା ର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କଲା ଏବିଭିପି,,,
ବାଲେଶ୍ଵର,, ଗୋଲେଇ
ଝାଡେଶ୍ୱର +୨ ବିଜ୍ଞାନ ମହାବିଦ୍ୟାଳୟ ନାମକ ଏକ ଘରେଇ ଶିକ୍ଷାନୁଷ୍ଠାନ ରେ ପ୍ରଥମ ବର୍ଷ ବିଜ୍ଞାନ ରେ ନାମ ଲେଖେଇଥିବା ସମୀକ୍ଷା ମହାନ୍ତି ଙ୍କର ଛାତ୍ରୀ ବାସ ରେ ଆତ୍ମହତ୍ୟା କରିଥିବା ଘଟଣାକୁ ଆଜି ଛଅ ଦିନ ବିତି ଗଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ ପୋଲିସ କତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ । ଏହାକୁ ଏକ ଅପ୍ ମୃତୁ ମାମଲା ଦର୍ଶା ଯାଇଅଛି।ଏତେ ପର୍ଯ୍ୟନ୍ତ ଘରେଇ ଶିକ୍ଷାନୁଷ୍ଠାନ ତରଫରୁ କୌଣସି କ୍ଷତି ପୁରଣ ଦିଆଯାଇନାହିଁ କି ପରିବାର ବର୍ଗ କୁ ଆଶ୍ଵାସନା ଦେବା ପାଇଁ ଶିକ୍ଷାନୁଷ୍ଠାନ କତୃପକ୍ଷ ଆସିନାହାନ୍ତି। ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଏକ ପ୍ରତିନିଧି ଦଳ ଯାଇ ତାଙ୍କ ପରିବାର ବର୍ଗ କୁ ଭେଟି ଆତ୍ମାର ସଦଗତି କରିବା ସହ କାର୍ଯ୍ୟାନୁଷ୍ଠାନ ତ୍ଵରାନିତ କରିବା ପାଇଁ ଆଶ୍ଵାସନା ଦେଇଛନ୍ତି । ପରିବାର ବର୍ଗ କହିବାନୁଯାୟୀ ଝିଅ ଆତ୍ମହତ୍ୟା ନୁହେଁ ଏହା ହତ୍ୟା । ଯାହାକି ଛାତ୍ରୀବାସ ଦାୟିତ୍ଵ ରେ ଥିବା ୱଡେନର ଜଣକ ସମୀକ୍ଷା କୁ ପ୍ରତ୍ୟେକ ଦିନ ମାଡ଼ ମାରୁଥିଲି ଗାଳି ଗୁଲଜ କରୁଥିଲେ। ସରକାର ଦଣ୍ଡ ମୁକ୍ତ କ୍ୟାମ୍ପସ ର ନାରା ଦେଉଥିଲା ବେଳେ ଘୋରୋଇ ଶିକ୍ଷା ଅନୁଷ୍ଠାନ ରେ ଏ ପ୍ରକାର ସ୍ଥିତି ବାସ୍ତବିକ୍ ନିନ୍ଦନୀୟ। ସମୀକ୍ଷା ଜଣେ ଖୁବ୍ ମେଧାବୀ ଓ ଶାନ୍ତ ସ୍ଵଭାବ ର ଛାତ୍ରୀ ଥିଲେ। ଅତ୍ୟଧିକ ମାନସିକ ଚାପ୍ ଯୋଗୁଁ ସେ ଖୁବ୍ ବାଧ୍ୟ ହେଇ ଆତ୍ମ ହତ୍ୟା କରିଥିବା ସନ୍ଦେହ ହେଇଥିବା ବେଳେ ପୋଲିସ ର ନିରବତା ସମସ୍ତ ଙ୍କୁ ଚକିତ କରିଚି। ଅନୁଷ୍ଠାନ ର ମୁଖ୍ୟ କୋଟି କୋଟି ଟଙ୍କା ମୁନାଫା କରୁଥିବା ବେଳେ ସୌଜନ୍ୟତ ଦୃଷ୍ଟି ରୁ ନିମ୍ନ ମଧ୍ୟବିତ୍ତ ପରିବାର ର ଝିଅ ର ମୃତ୍ୟୁ ପରେ ତାର ଆଡ଼ମିଶନ ପଇସା ବି ଫେରସ୍ତ ଦେଇ ନାହାନ୍ତି କି ପରିବାର ବର୍ଗ କୁ ଦେଖା କରି ମହାନ୍ତି। ଆଜି ଘୋରୋଇ କ୍ୟାମ୍ପସ ରେ ଛାତ୍ରୀ ଟେ ସୁରକ୍ଷିତ ନାହିଁ। ଜାଡେଶ୍ୱର ଇନଷ୍ଟିଚ୍ୟୁଟ୍ ରେ ପୂର୍ବ ରୁ ମଧ୍ୟ ଏହି ଭଳି ବିବାଦୀୟ ଘଟଣା ହୋଇଥିଲା। ଏହି ଅନୁଷ୍ଠାନ ପ୍ରତି କାର୍ଯ୍ୟାନୁଷ୍ଠାନ ସହ ଏହାର ସଠିକ୍ ତଦନ୍ତ ପାଇଁ ବିଦ୍ୟାର୍ଥୀ ପରିଷଦ ଦାବି କରିବା ସହ ଖୁବ୍ ଶୀଘ୍ର ଜିଲ୍ଲା ପ୍ରଶାସନ କୁ ଭେଟିବ ବୋଲି ବିଭାଗ ସଂଯୋଜକ ରତାଜ୍ କୁମାର ପାତ୍ର କହିଛନ୍ତି। ସମୀକ୍ଷା ଙ୍କ ମା ଙ୍କୁ ଆଜି ଜିଲ୍ଲା ସହ ସଂଯୋଜକ ସଞ୍ଜୀବ କୁମାର ମହାରଣା, ବିଭାଗ SFD ପ୍ରମୁଖ ଶୁଭ୍ର ସମ୍ବିତ ନାୟକ ପ୍ରମୁଖ ଭେଟି ଭଉଣୀ ସମୀକ୍ଷା କୁ ନ୍ୟାୟ ଦେବା ପାଇଁ ଏବିଭିପି ପୂର୍ଣ୍ଣ ପ୍ରୟାସ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ବାଲେଶ୍ଵର ଜିଲ୍ଲାରୁ ଦେବାଶିଷ ଦାଶ୍ କ୍କ ରିପୋର୍ଟ