August 26, 2026

ଗଞ୍ଜେଇ କେସରେ ଜଡିତ ଥିବା ଚାରି ଫେରାର ଆସାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କଲେ ଥାନା ଅଧିକାରୀ—-

IMG-20230617-WA0012
Share

ଗଞ୍ଜେଇ କେସରେ ଜଡିତ ଥିବା ଚାରି ଫେରାର ଆସାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କଲେ ଥାନା ଅଧିକାରୀ—-—-ଗଜପତି ଜିଲ୍ଲା ମୋହନା ଥାନା ଅଂଚଳରେ ମୋହନା ପୋଲିସ ଗଜପତି ଏସ. ପି. ସ୍ୱାତୀ ଏସ. କୁମାର ଙ୍କ ନିର୍ଦେଶ ପ୍ରକାରେ ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ବିଭିନ୍ନ ଅଞ୍ଚଳ ଗସ୍ତ କରି ବହୁ ଦିନ ଧରି ଫେରାର ଥିବା ଆସାମୀ ଏବଂ ୱାରେଣ୍ଟ ବାହାରିଥିବା ବ୍ୟକ୍ତିଙ୍କୁ ଅଚାନକ ଚଡାଉ କରି ଗିରଫ କରି କୋର୍ଟ ଚାଲାଣ କରୁଥିବା ଦେଖିବାକୁ ମିଳୁଛି।ସେହିପରି ଆଜି ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ନିଜ କର୍ମଚାରୀଙ୍କୁ ଧରି ମୋହନା ଥାନା ଅଂଚଳରେ ଥିବା ଗୁବୁରୀଗୁଡା ଏବଂ ତରାମାଳ ଗ୍ରାମକୁ ଯାଇ ଚାରି ଜଣ ଗଞ୍ଜେଇ କେସ ରେ ଜଡିତ ରହି ବହୁ ଦିନ ଫେରାର ଥିବା ଲାଲୁ ମଣ୍ଡଳ, ଗଣେଷ ଶବର, ମହାଦେବ ଜାନୀଙ୍କ ସହ ପ୍ରସନ୍ନ ଶବର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପ୍ରକାଶ।

You may have missed