March 11, 2026

ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ସୁଶ୍ରୀ ଅଞ୍ଜନାପଟ୍ଟନାୟକଙ୍କ କବିତା ଗୁଚ୍ଛ “ବର୍ଣ୍ଣାଳୀ” ଲୋକାର୍ପଣ

652b111f-4e20-4086-851c-c9b30a7bc817
Share

ପାରଳାଖେମୁଣ୍ଡି:୧୭/୬(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ନାରୀ କବି ଅଞ୍ଜନା ପଟ୍ଟନାୟକଙ୍କ ସଦ୍ୟତମ ସାରସ୍ୱତ ସୃଷ୍ଟି କବିତା ଗୁଚ୍ଛ ବର୍ଣ୍ଣାଳୀ ପୌରାଧକ୍ଷା ନିର୍ମଳା ସେଠୀ ଙ୍କ ଦ୍ଵାରା ଲୋକାର୍ପିତ ହୋଇସାରିଛି।
ଏହି ଶୁଭ ଅବସରରେ ମହନ୍ତ ମହାରାଜ ରାମାନୁଜ ଦାସ,ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡା, ଜ୍ୟୋସ୍ନା ପଟନାୟକ,ପ୍ରାକ୍ତନ ନଗରପାଳ ନୃଷିହ ଚରଣ ପଟନାୟକ, ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷ ଅରବିନ୍ଦ ଦାଶ,କରୁଣାକର ପଟ୍ଟନାୟକ ମଞ୍ଚାସୀନ ରହି ସୁଶ୍ରୀ ଅଞ୍ଜନାଙ୍କ କବିତା ପସରାର ଆତ୍ମିକ ଦୃଷ୍ଟିକୋଣରୁ ଯଥେଷ୍ଟ ଭଲ ହୋଇଛି କହିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ସମଗ୍ର କାର୍ଯ୍ୟ କ୍ରମକୁ ସଂଯୋଜନା କରିଥିଲେ।ପ୍ରାରମ୍ଭରେ ମୁଗ୍ଧା ପଟ୍ଟନାୟକ ପରିଚୟ ପ୍ରଦାନ କରିଥିବାବେଳେ ଅଧ୍ୟାପିକା ସ୍ଵାଧୀନ ତନୟା ପଣ୍ଡା ଧନ୍ୟବାଦ ଜଣାଇଥିଲେ।