September 10, 2026

ଗୁମ୍ମା ବ୍ଲକରେ ଚର୍ତୁଥ ତମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

IMG-20230617-WA0008
Share

ଗୁମ୍ମା ବ୍ଲକରେ ଚର୍ତୁଥ ତମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି:୧୮/୬(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ସଭାଗୃହ ଠାରେ ରେ ଚତୁର୍ଥ ତମ ସମିତିବୈଠକ ଅଧ୍ୟକ୍ଷା ସୁନେମି ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ସମିତିବୈଠକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପମ ଅଭିଷେକ ବେହେରା, ଗୁମ୍ମା ବ୍ଲକ ବିଧାୟକ ପ୍ରତିନିଧି କୃଷ୍ଣଚନ୍ଦ୍ର ବିଶୋଇ , ସାଂସଦ ପ୍ରତିନିଧି ବିମଳ କୁମାର ଦଳେଇ ଓ ଜିଲ୍ଲା ପରିଷଦ ସଭ୍ୟା ରେଣୁକା ପାତ୍ର, ସନ୍ଧ୍ୟା ଶବର ଓ ୨୦ ଗୋଟି ପଞ୍ଚାୟତ ର ସମିତି ସଭ୍ୟ,ସଭ୍ୟା ମାନେ ଉପସ୍ଥିତ ରହି ଗତ ସମିତି ବୈଠକ ରେ ନିଆ ଯାଇଥିବା ବିଭିନ୍ନ ପଞ୍ଚାୟତ ର ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରାଯାଇଥିଲା।ପ୍ରକାଶ ଥାଉ କି ଆଶ୍ରୟଗଡ଼ ଉଚ୍ଚ ବିଦ୍ୟାଳୟ ର କମ୍ପ୍ୟୁଟର ଚୋରି କୁ ନେଇ ପ୍ରଶ୍ନ ଉଠାଇ ଥିଲେ କିନ୍ତୁ କୌଣସି ସନ୍ତୋଷ ଜନକ ଉତ୍ତର ମିଳିନଥିଲା। ଏହି ଚତୁର୍ଥ ତମ ସମିତି ବୈଠକରେ ବିଶେଷ କରି ଶିକ୍ଷା,ସ୍ବାସ୍ଥ୍ୟ,କୃଷି,ଉଦ୍ୟାନ,
ପଶୁ ସମ୍ପଦ, ପୂର୍ତ୍ତ ବିଭାଗ ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ଗୁମ୍ମା ବ୍ଲକର ଅଧ୍ୟକ୍ଷା ସୁନେମି ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ।