May 19, 2024

ବିଜୁ ବାବୁଙ୍କ ୨୭ ତମ ତିରୋଧାନ ଦିବସ ପାଳିତ…

Share


ଗଜପତିଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ନୂଆଗଡ ବ୍ଲକ ଅନ୍ତଃର୍ଗତ ପରିମଳ ପଞ୍ଚାୟତରେ ପାଳିତ ହୋଇଯାଇଛି, ଓଡିଶାର ମହାଜନଧାୟକ ତଥା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୭ ତମ ତିରୋଧାମ ଦିବସ। ମୂଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ତଥା ଗଜପତି ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସଙ୍କ ତତ୍ବାବଧାନରେ ମୋହନା ନିର୍ବାଚନ ମଣ୍ଡଳୀର ନୂଆଗଡ, ରାୟଗଡ ଓ ରା ଉଦୟଗିରି ବ୍ଲକର ଆଗଧାଡିର ବିଜେଡି କର୍ମୀମାନଙ୍କୁ ନେଇ ଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା। ମଞ୍ଚାସୀନ ଅତିଥିଙ୍କ ଦ୍ବାରା ମହାନ ପୁରଷ ବିଜୁ ବାବୁଙ୍କ ଫୋଟଚିତ୍ରକୁ ଧୂପଦୀପ ଓ ପୂଜାର୍ଚ୍ଚନା ପରେ କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା। ପରେ ବିଜୁବାବୁଙ୍କ ଜୀବନୀ ଓ ମହାନତା ଉପରେ ଅତିଥିଗଣ ବକ୍ତବ୍ୟ ପ୍ରଦାନ କରିଥିଲେ ଓ ବିଜୁବାବୁଙ୍କ ସୁପୁତ୍ର ତଥା ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଆଗାମୀ ୨୦୨୪ ନିର୍ବାଚନରେ ପୂର୍ଣ୍ଣ ସମର୍ଥନ ଦେବା ଲାଗି ଉପସ୍ଥିିତ ଦଳୀୟ କର୍ମୀ ମାନଙ୍କୁ ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ମୋହନା ନିର୍ବାଚନ ମଣ୍ଡଳୀର ବିଜେଡି ପର୍ଯ୍ୟବେକ୍ଷକ ପୃଥୀବି ରାଜ ସାହୁ, ବିଧାୟକ ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗ, ଜିଲ୍ଲା ମହିଳା ସଭାନେତ୍ରୀ ପୂର୍ଣ୍ଣବାସୀ ନାୟକ ,ମୋହନା ଓ ଚନ୍ଦ୍ରଗିରି ଜିଲ୍ଲାପରିଷଦ ଚନ୍ଦ୍ର ମଲିକ ଓ ସୁନୀଲ ବିଶୋୟୀ,ରାୟଗଡ,ନୂଆଗଡ ଓ ରା ଉଦୟଗିରି ବ୍ଲକ ବିଜେଡି ସଭାପତି,ସିମାଞ୍ଚଳ ମହାନ୍ତି, ଯୋହନ ମାଝୀ ଓ ଭୀମ ପାଇକ,ସାଂସଦ ପ୍ରତିନିଧି ରିଙ୍କୁ ପାଣି ଓ ଭାସ୍କର ସାହୁ,ରା ଉଦୟଗିରି ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର,ବ୍ଲକସରପଞ୍ଚ ସଭାପତି ପ୍ରେମା ରଇତ, ଜ୍ୟୋତି ପାଣି,ନିହିମିୟ ରଇତ ପ୍ରମୁଖଙ୍କ ସହ ଅନେକ ବିଜୁପ୍ରେମୀ ସରପଞ୍ଚ, ସମ୍ମିତି ସଭ୍ୟସଭ୍ୟା, ଓ୍ବାର୍ଡ ସଭ୍ୟସଭ୍ୟା ଓ ଅନେକ ମହିଳା ପୁରୁଷ ଉପସ୍ଥିତଥିଲେ। ଏହି କାର୍ଯ୍ୟକ୍ରମକୁ ନୂଆଗଡ ବିଜେଡି ସଭାପତି ଯୋହନ ମାଝୀ ପରିଚାଳନା କରିଥିଲେ ଓ ମୋଶା ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।
(ମିହିର ପ୍ରସାଦ ମାଳୀଙ୍କ ରିପୋର୍ଟ)