November 21, 2024

ଉମରକୋଟ:-ଐତିହାସିକ ମାଘ ମଣ୍ଡେଇ ଅନୁଷ୍ଠିତ………

Share

 

ଉମରକୋଟ:-ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଵୋକଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଉମରଗାଁ ଠାରେ ଐତିହାସିକ ମାଘ ମଣ୍ଡେଇ ଅନୁଷ୍ଠିତ ହୋଇଯାଇଛି l ଏହି ମାଘ ମଣ୍ଡେଇ ପ୍ରତ୍ୟେକ ବର୍ଷ ମାଘ ମାସରେ ଅନୁଷ୍ଠିତ ହୋଇଥାଏ l ଅନାଦି କାଳରୁ ଏହି ମଣ୍ଡେଇ ପାଳିତ ହୋଇଆସୁଥିବା ମନ୍ଦିର ପରିଚାଳନା କମିଟି ସଦସ୍ୟ ମାନେ କହିଛନ୍ତି l ଏହି ମଣ୍ଡେଇ ରେ ମା ଭଣ୍ଡାର ଘରଣୀ, ମା ଠାକୁରାଣୀ, ମା କଟଗଡ଼ନି, ପିଲା ବାବୁ ପ୍ରମୁଖ ଦେବା ଦେବୀ ଙ୍କୁ ପୂଜାର୍ଚନା କରାଯାଇଥାଏ l ବାର ପାଲିର ଆଖ ପାଖ ଅଞ୍ଚଳ ରୁ ଲାଠି, କୁର୍ଚି, ପାଲିଙ୍କି ଏବଂ ସିରା ପୂଜାରୀ ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥାନ୍ତି l ଉମରକୋଟ ଅଞ୍ଚଳ ରେ ସର୍ବପ୍ରଥମେ ଏହି ମଣ୍ଡେଇ ଅନୁଷ୍ଠିତ ହେଉଥିବା ଯୋଗୁଁ ମଣ୍ଡେଇ ଦେଖିବା ସହ ଦେବାଦେବୀଙ୍କ ଆଶିଷ ମାନସିକ ପାଇଁ ଭକ୍ତ ମାନେ ପଡ଼ଶି ରାଜ୍ୟ ଛତିଶଗଡ ସୀମାନ୍ତ ରୁ ଭକ୍ତ ମାନେ ମଧ୍ୟ ଆସିଥାନ୍ତି l ଦିନବେଳେ ମଣ୍ଡେଇ ଅନୁଷ୍ଠିତ ହେଉଥିବା ବେଳେ ଲୋକଙ୍କ ମନରଞ୍ଜନ ପାଇଁ ମିନା ବଜାର ପସରା ଜଗାଇ ଦିଆଯାଇଥିଲା ଏବଂ ରାତ୍ର ସମୟରେ ଦେଶିଆ ନାଟକ ସାଂସ୍କୃତିକ ମନୋରଞ୍ଜନ ମଧ୍ୟ ଆୟୋଜନ କରାଯାଇଥିବା ଦେଖିବାକୁ ମିଳିଥିଲା l

(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)