April 25, 2026

ମୋହନା ଏସ. ଏସ. ଡି. ମାଧ୍ୟମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ….

yhgyugui
Share

ଗଜପତି ଜିଲ୍ଲା ମୋହନା ରେ ଥିବା ଆଦିବାସୀ ହରିଜନ ମଙ୍ଗଳ ବିଭାଗ (ଏସ. ଏସ. ଡି)ମାଧ୍ୟମିକ ବିଦ୍ୟାଳୟରେ ଆଜି ଆଡମ୍ବର ସହ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସଵରେ ମୋହନା ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ଦେବଦାସ ତାମରାପୁ ମୂଖ୍ୟଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ଉଚିତ ଶିକ୍ଷା ଗ୍ରହଣ ସହ ସମାୟାନୁବର୍ତିତା ହେବାକୁ ଉପଦେଶ ଦେଇଥିଲେ।ଏହା ସହ ଉତ୍ସବରେ ବିଭାଗୀୟ ଅଧିକାରୀ ଙ୍କ ସମେତ ସରପଞ୍ଚ ମୋହନା ସୁନିତା ମଳିକ, ସମିତି ସଭ୍ୟ ବାଳକୃଷ୍ଣ ମଳିକ ଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟା ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସମେତ ଅଧ୍ୟାପକ ଅଧ୍ୟାପିକା ପ୍ରମୁଖ ଉପସ୍ଥିତ ରହି ଉତ୍ସବରେ ଛାତ୍ର ଛାତ୍ରୀ ଙ୍କୁ ଭଲ ପାଠ ପଢି ଶିକ୍ଷାନୁଷ୍ଠାନ ର ମାନ ବୃଦ୍ଧି କରିବା ନିମନ୍ତେ ପ୍ରକାଶ କରିଥିଲେ।

You may have missed