August 25, 2026

ରାଜ୍ୟବାସୀ ଅସୁରକ୍ଷିତ ଥିବା ପ୍ରତିବାଦରେ ଗଜପତି ଜିଲ୍ଲା ଭାଜପା ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

IMG-20230217-WA0021
Share

 

 

ପାରଳାଖେମୁଣ୍ଡି:୧୭/୨(ଗରୁଡ଼ ଧ୍ଵଜ ଚୌଧୁରୀ) ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ପାଇଁ ରାଜ୍ୟରେ ଅରାଜକତା , ପୋଲିସ ଦ୍ବାରା ବରିଷ୍ଠ ମନ୍ତ୍ରୀଙ୍କୁ ଗୁଳି ମାରି ହତ୍ୟା ଏବଂ ବିଜେଡି ଶାସନରେ ରାଜ୍ୟବାସୀ ଅସୁରକ୍ଷିତ ଥିବା ପ୍ରତିବାଦରେ ଆଜି ପାରଳାଖେମୁଣ୍ଡି ଠାରେ ଜିଲ୍ଲା ଭାଜପା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ ଓ ଗଣଧାରଣା ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପାରଳା ବିଧାୟକ ତଥା ଜିଲ୍ଲା ବିଜେପି ସଭାପତି ଶ୍ରୀ କେ: ନାରାୟଣ ରାଓଙ୍କ ନେତୃତ୍ୱରେ ୨୦୦ ରୁ ଅଧିକ ଦଳୀୟ ନେତା ଓ କର୍ମୀ ସ୍ଥାନୀୟ ଜେଲ ଛକ ଠାରୁ ଏକ ବିରାଟ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ପ୍ଲା-କାର୍ଡ ଧରି ରାଜ୍ୟ ସରକାର ବିରୋଧୀ ବିଭିନ୍ନ ସ୍ଲୋଗାନ ମାନ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଗଣଧାରଣାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିକ୍ଷୋଭ ସଭାରେ ପାରଳା ବିଧାୟକ ଶ୍ରୀ ନାରାୟଣ ରାଓଙ୍କ ସମେତ ବହୁ ନେତା ରାଜ୍ୟ ସରକାରଙ୍କ ଉପରେ ବର୍ଷି ଥିଲେ ।ନବୀନ ସରକାରଙ୍କ ଜଣେ ବରିଷ୍ଠ ପାହ୍ୟା ମନ୍ତ୍ରୀଙ୍କୁ ତାଙ୍କ ସୁରକ୍ଷାରେ ଥିବା ପୋଲିସ ଗୁଳି ମାରି ହତ୍ୟା କରୁଛି ଏଭଳି ଯଦି ହେଉଛି , ତେବେ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବ କିଏ କହି ଆବାସ ଯୋଜନା , ଧାନମଣ୍ଡି , ଚାକିରୀରେ ନିଯୁକ୍ତି ଏଭଳି ପ୍ରତ୍ୟେକ କ୍ଷେତ୍ରରେ ଦୁର୍ନୀତି ଚରମ ସୀମାରେ ପହଞ୍ଚି ଯାଇଛି , ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ଯୋଗୁଁ ରାଜ୍ୟରେ ଏଭଳି ଅରାଜକତା ଚାଲିଛି ତେଣୁ ଏଭଳି ମୁଖ୍ୟମନ୍ତ୍ରୀ ଶାସନ ଗାଦିରେ ହଟିଯାଇ ଇସ୍ତଫା ଦେବା ଦରକାର । ଏସବୁ ପ୍ରତିବାଦରେ ଆଜିର ଏହି ଆନ୍ଦୋଳନ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ବିଧାୟକ ଶ୍ରୀ ରାଓ କହିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ମହାପାତ୍ର , ଶ୍ରୀ ସିଦ୍ଧେଶ୍ୱର ମିଶ୍ର , ଶ୍ରୀ ଶ୍ରୀଧର ନାଇଡୁ , ଶ୍ରୀ ଚିତ୍ରି ସିମାଦ୍ରି , ଶ୍ରୀ ରାମକୃଷ୍ଣ ପାଇକ , ଶ୍ରୀ ପ୍ରଶାନ୍ତ ପାଳ, ଶ୍ରୀ ଅନିଲ କୁମାର ଏବଂ ମହିଳା ମୋର୍ଚ୍ଚାର ଅରୁଣିମା ସାହୁ ଓ ଅନ୍ୟମାନେ ଉଦବୋଧନ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷି ଥିଲେ ।