April 18, 2025

ଜୋର୍ ଧରିଲା ପାରଳାଖେମୁଣ୍ଡି ସ୍ଥିତ ଶତାୟୁ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି ନେଇ ବୈଠକ ଅନୁଷ୍ଠିତ 

Share

 

 

ପାରଳାଖେମୁଣ୍ଡି:୧୬/୨(ଗରୁଡ଼ ଧ୍ଵଜ ଚୌଧୁରୀ)ପାରଳାଖେମୁଣ୍ଡି ଠାରେ ଜୋର୍ ଧରିଲା , ଐତିହ୍ୟ ସମ୍ପନ୍ନ ପୃଷ୍ଠଭୂମି ପରିପୂର୍ଣ୍ଣ ୧୨୭ ବର୍ଷର ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଶ୍ଵବିଦ୍ୟାଳୟର ମାନ୍ୟତା ଦେବା ପାଇଁ ।ଗୁଣାତ୍ମକ ଉଚ୍ଚଶିକ୍ଷା ପାଇଁ ରାଜ୍ୟ ସରକାର, ରାଜ୍ୟର କେତେକ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ଦେଇ ବିଜ୍ଞପ୍ତି ପ୍ରକାଶ କରିଥିବା ବେଳେ ଏ କ୍ଷେତ୍ରରେ ପାରଳାଖେମୁଣ୍ଡି ରେ ଥିବା ପୁରାତନ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ପ୍ରତି କିଭଳି ସମ୍ପୂର୍ଣ୍ଣ ଅଣଦେଖା ଓ ଘୋର ଅନ୍ୟାୟ କରାଯାଇଛି , ସେଥିପ୍ରତି ଜିଲ୍ଲାର ବିଭିନ୍ନ ମହଲରେ ଘୋର ଆଲୋଡନ ଓ ଉଦବେଗ ପ୍ରକାଶ ପାଇବା ସହ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଏହି ଅବସରରେ ସନ୍ଧ୍ୟାରେ ସ୍ଥାନୀୟ ଗୁଣ୍ଡିଚା ବାଡ଼ି ପରିସରରେ ସଂପୃକ୍ତ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ଆନୁକୁଲ୍ୟରେ ସର୍ବଦଳୀୟ , ବୁଦ୍ଧିଜୀବୀ ଓ ବିଭିନ୍ନ ଅନୁଷ୍ଠାନର ବ୍ୟକ୍ତି ବିଶେଷ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା

ବୈଠକରେ ମଞ୍ଚାସୀନ ଭାବେ ପାରଳା ବିଧାୟକ ଶ୍ରୀ କେ: ନାରାୟଣ ରାଓ , ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ରାଜଜେମା ସୁଶ୍ରୀ କଲ୍ୟାଣୀ ଗଜପତି , ବୁଦ୍ଧିଜୀବୀ ତଥା ଗବେଷକ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ବରିଷ୍ଠ ଓକିଲ ଶ୍ରୀ ଜନା ସୁବାଷ ଚନ୍ଦ୍ର ରାଓ , ପୁରାତନ ଛାତ୍ର ସଂସଦର ଶ୍ରୀ ନାସିର ବେଗ , ପୂର୍ବତନ ପୌର ଅଧ୍ୟକ୍ଷ ଶ୍ରୀ ନୃସିଂହ ପଟ୍ଟନାୟକ , ଏବଂ ସମାଜସେବୀ ଶ୍ରୀ ବସନ୍ତ ଦାସ ପ୍ରମୁଖ ଯୋଗ ଦେଇଥିଲେ ।ବୈଠକ କାର‌୍ୟ୍ୟକ୍ରମକୁ ଶ୍ରୀ ଦେବାଶିଷ ପାଢ଼ୀ(ମିଟୁ ଭାଇ) ପରିଚାଳନା କରିଥିଲେ।

ପାରଳାଖେମୁଣ୍ଡିର ଏହି ଶତାୟୁ ମହାବିଦ୍ୟାଳୟ ଓଡ଼ିଶା ପ୍ରଦେଶ ଗଠନ ଠାରୁ ମଧ୍ୟ ଅଧିକ ପୁରୁଣା ଓ ଏହା ଓଡ଼ିଶାର ୨ୟ ପୁରାତନ ଡିଗ୍ରୀ ମହାବିଦ୍ୟାଳୟ । ଅତୀତରେ ଏହି ମହାବିଦ୍ୟାଳୟ ଅନେକ ବ୍ୟକ୍ତି ବିଶେଷଙ୍କୁ ଦିଗଦର୍ଶନ ଦେଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି ।ଏହି ମହାବିଦ୍ୟାଳୟଟି ସମସ୍ତ ଯୋଗ୍ୟତା ଓ ଭିତ୍ତିଭୂମି ଥିବା ସତ୍ତ୍ବେ କିଭଳି ରାଜ୍ୟ ସରକାରଙ୍କ ଅଣଦେଖା ଓ ଅନ୍ୟାୟର ଶିକାର ହେଲା , ଯଦି ମହାବିଦ୍ୟାଳୟର କୌଣସି ମାନଦଣ୍ଡ ସର୍ତ୍ତ ର କମି ରହୁଛି , ତା ହେଲେ ସେଥିପାଇଁ ରାଜ୍ୟ ସରକାର ହିଁ ଦାୟୀ , କାରଣ ଅନୁଷ୍ଠାନର ଅଭାବ ଅସୁବିଧା ପୁରଣ କରିବା ଏହା ସରକାରଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ ବୋଲି କହିଥିଲେ ।

ଏଠାରେ ଏକ ବିରାଟ ପ୍ରଶ୍ନ ଉଠୁଛି ଯେ , ପାରଳାର ଏହି ପୁରାତନ ଶତାୟୁ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ସବୁ ଦିଗରୁ ଐତିହ୍ୟ ଓ କୃତିତ୍ୱ ବହନ କରୁଥିବା ସହ ରାଜ୍ୟ ଓ ଜାତୀୟ ସ୍ତରରେ ଏହାର ଅଧିକ ସୁନାମ ରହିଥିବା ବେଳେ କିଭଳି ଏହା ରାଜ୍ୟ ସରକାରଙ୍କ ଅଣଦେଖାର ଶିକାର ହେଲା ଏବଂ ବିଶ୍ୱବିଦ୍ୟାଳୟ ମାନ୍ୟତା ତାଲିକାରୁ ବାଦ ପଡ଼ିଲା , ଏହାକୁ ନେଇ ଘୋର ବିସ୍ମିତ ହୋଇ ପଡିଛନ୍ତି ଗଜପତି ଜିଲ୍ଲାବାସୀ ।

ଏଥିପାଇଁ ଏକ ଏକ୍ସନ୍ କମିଟି ଗଠନ ହୋଇଥିଲା । ସେଇ ମାଧ୍ୟମରେ ରାଜ୍ୟ ସରକାରଙ୍କ ଠାରେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ଦେବା ଦାବୀ ଉପସ୍ଥାପନା କରାଯିବାକୁ ନିଷ୍ପତ୍ତି ନିଆ ଯାଇଥିଲା ।

ଏହି କାର‌୍ୟ୍ୟକ୍ରମରେ ଡଃ ଭାରତୀ ପାଣିଗ୍ରାହୀ , ଶ୍ରୀ ପ୍ରଦୀପ ନାୟକ , ଶ୍ରୀ କାହ୍ନୁ ମହାରଣା , ଶ୍ରୀ ସିଦ୍ଧେଶ୍ୱର ମିଶ୍ର , ଶ୍ରୀ ବସନ୍ତ ପଣ୍ଡା , ଶ୍ରୀମତୀ ଆଶାଲତା ପାଣିଗ୍ରାହୀ , ଶ୍ରୀ ରୁପେଶ ସାହୁ ପ୍ରମୁଖ ଯୋଗଦେଇ ନିଜର ଉପାଦେୟ ମତ ପ୍ରଦାନ କରିଥିଲେ ।

ରାଜ୍ୟରେ ଆଉଟସୌରସିଂ କର୍ମଚାରୀ ଙ୍କୁ ମୋ-ସରକାରରେ ସାମିଲ ନିଷ୍ପତ୍ତିକୁ ସ୍ୱାଗତ କଲା ହିନ୍ଦ ମଜଦୁର ସଙ୍ଘ ଓଡିଶା ରାଜ୍ୟ ପରିଷଦ ———

You may have missed