April 25, 2026

କେନ୍ଦ୍ର ସରକାର ଗରିବ କଲ୍ୟାଣ ଯୋଜନାରେ ୧୦କିଲୋ ଚାଉଳ ବଦଳରେ ୫କେଜି କାଉଳ ପ୍ରଦାନ କୁ ନେଇ ବିଜେଡିର ବିକ୍ଷୋଭ

IMG-20230217-WA0012
Share

 

ପାରଳାଖେମୁଣ୍ଡି ୧୭/୨(ଗରୁଡ଼ ଧ୍ଵଜ ଚୌଧୁରୀ)କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଗରିବ ହିତାଧିକାରୀଙ୍କୁ ୧୦ କେଜି ବଦଳରେ ୫ କେଜି କାଟି ୫ କେଜି ଚାଉଳ ଦେଉଥିବା ପ୍ରତିବାଦରେ ଆଜି ପାରଳାଖେମୁଣ୍ଡି ସ୍ଥିତ ପୌର ପରିଷଦ ସମ୍ମୁଖରେ ଜିଲ୍ଲା ବିଜେଡି ପକ୍ଷରୁ ବିକ୍ଷୋଭ ଓ ଗଣଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୫ କେଜି ଚାଉଳ କାଟି ଦେଇ ଗରିବଙ୍କ ପେଟ ସହ ପଖାଳ କଂସା ଉପରେ ଲାତ ମାରିଲା ଭଳି ନୀତି କରିଛନ୍ତି , କେନ୍ଦ୍ର ସରକାରଙ୍କ ଏଭଳି ମାରଣ ନୀତି ଗରିବଙ୍କ ହସ ଉଡ଼ାଇ ଦେଇଛି ବୋଲି କହି ତୀବ୍ର ସମାଲୋଚନା କରିଥିଲେ ।ଆୟୋଜିତ ବିକ୍ଷୋଭ ତଥା ଗଣଧାରଣା ସଭାରେ ବିଜେଡି ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ ନାୟକ ଓ ପାରଳା ପୌର ଆଧ୍ୟକ୍ଷ୍ୟା ଶ୍ରୀମତୀ ନିର୍ମଳା ସେଠୀଙ୍କ ସମେତ ବହୁ ବିଜେଡି ନେତା ଉଦବୋଧନ ଦେଇ କେନ୍ଦ୍ର ସରକାରଙ୍କ ଗରିବ , ଚାଷୀ ମୂଲିଆ ମାରଣ ନୀତି ଉପରେ ଗର୍ଜି ଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ଶ୍ରୀ ପ୍ରଦୀପ ନାୟକଙ୍କ ନେତୃତ୍ୱ ଓ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମରେ ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଶ୍ରୀ ବସନ୍ତ ଦାସ , ଲକ୍ଷ୍ମୀ ପରିଛା , ଇଂ ରୂପେଶ ପାଣିଗ୍ରାହୀ , ପ୍ରଗତି ମହିଳା ସଂଗଠନର ସମ୍ପାଦକ ତନୁଜା ଶତପଥୀ,ଜମିଦାର ପଟ୍ଟନାୟକ ପ୍ରମୁଖ ଉଦବୋଧନ ଦେଇ କେନ୍ଦ୍ର ସରକାରଙ୍କ ଗରିବ ମାରଣ ନୀତି ଉପରେ ବର୍ଷି ଥିଲେ ।ଏହି ଅବସରରେ ଦେଶର ମହାମାନ୍ୟ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ନଟବର ଗରଡ ଏବଂ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା\’ଙ୍କ ଜରିଆରେ ଏକ ସ୍ମାରକପତ୍ର ଭିନ୍ନ ଭିନ୍ନ ଭାବେ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ୨୦୦ ରୁ ଅଧିକ ଦଳୀୟ ନେତା , କର୍ମୀ ଓ ଗରିବ ହିତାଧିକାରୀ ଯୋଗ ଦେଇଥିଲେ ।