April 25, 2026

ଚାଉଳ କାଟ୍‌ ପ୍ରତିବାଦରେ ବିଜେଡିର ବିକ୍ଷୋଭ

IMG-20230217-WA0005
Share

 

କେନ୍ଦ୍ରାପଡା

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ୩.୨୫ କୋଟି ଗରିବ ହିତାଧିକାରୀଙ୍କୁ ମୁଣ୍ଡ ପିଛା ୫ କେଜି ଚାଉଳ ଯୋଗାଣରେ ବଞ୍ଚିତ କରାଯାଇଛି ।କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣା ୫ କେଜି ଚାଉଳ ବନ୍ଦ କରିଥିବା ନେଇ ବିଜେଡି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।ଏହାର ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡି ରାସ୍ତାକୁ ଓହ୍ଲାଇଛି। ରାଜ୍ୟରୁ ଯେତିକି ଧାନ ଉଠାଇବା କଥା କେନ୍ଦ୍ର ସରକାର ସେତିକି ଉଠାଉନାହାନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ଧାନ କିଣା ହ୍ରାସ ଓ ଚାଉଳ କାଟ୍‌ ପ୍ରତିବାଦରେ ରାଜ୍ୟ ବିଜେଡି ଡାକରାରେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନମଣ୍ଡଳୀ ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର ବିଜେଡି ପକ୍ଷରୁ ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାଙ୍ଗଣରେ ଗଣଧାରଣା ଓ ପ୍ରତିବାଦ ସଭା କରାଯାଇଛି। ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ପ୍ରତିବାଦ ସଭାରେ ରାଜନଗର ବିଧାୟକ ଧ୍ରୁବ ସାହୁ ଯୋଗଦେଇ କେନ୍ଦ୍ର ସରକାରଙ୍କୁ ଏନେଇ ସମାଲୋଚନା କରିଥିଲେ ।

ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପଟ୍ଟାମୁଣ୍ଡାଇ ବିଡିଓଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

ସେହିପରି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ କେନ୍ଦ୍ର ସରକାର ଦେଉଥିବା ୫ କେଜି ମାଗଣା ଚାଉଳ ଏବେ ବନ୍ଦ ଦାବିରେ ବୁଧବାର କେନ୍ଦ୍ରାପଡ଼ା ବ୍ଲକର ସମସ୍ତ ପଞ୍ଚାୟତ ମୁଖ୍ୟାଳୟ ଆଗରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଗୁରୁବାର ରାଜ୍ୟର ସମସ୍ତ ବ୍ଲକ୍‌ ଓ ଜିଲାପାଳ ଅଫିସ ଆଗରେ ବିଜେଡି ପକ୍ଷରୁ ଆନ୍ଦୋଳନ କରାଯାଊଛି।

ରିପୋର୍ଟ ଗୋକୁଳ ଆଚାର୍ଯ୍ୟ

You may have missed