ଖବର ଆଜିର
ତାରିଖ ୧୭/୦୨/୨୦୨୩ ଶୁକ୍ରବାର ।
୧-ଦୁଇ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣ, ପୋଷ୍ଟ ବଜେଟ ଆଲୋଚନା ଚକ୍ରରେ କରିବେ ଅଂଶଗ୍ରହଣ ।
୨-ସେଲଫି ନେବାକୁ ମନା କରିବାରୁ କ୍ରିକେଟର ପୃଥ୍ୱୀ ସ’ଙ୍କୁ ଆକ୍ରମଣ; ଭାଙ୍ଗିଲେ କାର ର କାଚ, ୮ ଜଣଙ୍କ ବିରୋଧରେ ମାମଲା ରୁଜୁ ।
୩-ରଣଜୀ ଟ୍ରଫି ଫାଇନାଲ: ପ୍ରଥମ ଇନିଂସରେ ୧୭୪ ରନରେ ବେଙ୍ଗଲ ଆଉଟ୍, ମଜଭୁତ ସ୍ଥିତିରେ ସୌରାଷ୍ଟ୍ର ।
୪-ଭାରତ-ଚୀନ ମଧ୍ୟରେ ଥିବା ସମ୍ପର୍କ ଉପରେ ଭାଷଣ ଦେବାକୁ ରାହୁଲଙ୍କୁ ନିମନ୍ତ୍ରଣ କଲା କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ।
୫-ଆଦିଲ ଫେବ୍ରୁଆରି ୨୦ପର୍ଯ୍ୟନ୍ତ ପୁଲିସ କଷ୍ଟଡିକୁ ଯିବାରୁ ଓକିଲଙ୍କୁ ଧନ୍ୟବାଦ ଜଣାଇଲେ ରାକ୍ଷୀ ।
୬-ଦକ୍ଷିଣ ଆଫ୍ରିକାରୁ ବାଘଙ୍କୁ ନେଇ ଭାରତ ଅଭିମୁଖେ ଉଡାଣ ଭରିଲା ବିମାନ ଗ୍ଲୋବମାଷ୍ଟର, ୧୮ ତାରିଖରେ ମଧ୍ୟପ୍ରଦେଶ କୁନୋ ପାର୍କରେ ପହଁଚିବେ ୧୨ ବାଘ ।
୭-ପାକିସ୍ତାନରେ ବିଗୁଡୁଛି ସ୍ଥିତି । ଦେଶ ଛାଡୁଛନ୍ତି ଧନୀ ବ୍ୟକ୍ତି, ସେହେବାଜ ସରକାରଙ୍କୁ ମିଳୁନି ଋଣ ।
୮-ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ସରିଲା ଭୋଟିଂ; ୮୧.୧ % ମତଦାନ, ମାର୍ଚ୍ଚ ୨ରେ ଆସିବ ଫଳାଫଳ ।
୯-ଶେଷ ହେଲା ଛଟେଇ ପର୍ଯ୍ୟାୟ, ବର୍ଷ ୨୦୨୩ରେ ୨୦% ବଢିବ କର୍ମଚାରୀଙ୍କ ଦରମା: ସର୍ଭେ।
୧୦-କମିବ 2G ଗ୍ରାହକଙ୍କ ସଂଖ୍ୟା, ୨୦୨୪ ସୁଦ୍ଧା 5G ବ୍ୟବହାର କରିବେ ୧୫ କୋଟି ୟୁଜର୍ସ: ରିପୋର୍ଟ ।
୧୧-ବଦଳିଲା BMC କାର୍ଯ୍ୟାଳୟର ଠିକଣା, ଏଣିକି ୧୧ ମହଲାରେ କାର୍ଯ୍ୟ କରିବେ କର୍ମକର୍ତ୍ତା
୧୨-ୟୁଟ୍ୟୁବ୍ ସିଇଓ ପଦରୁ ଇସ୍ତଫା ଦେଲେ ସୁସାନ ୱୋଜିକ୍କି ।
୧୩-ପ୍ରତିଦିନ ବିଦେଶୀ ଅର୍ଥର ତଥ୍ୟ ଦାଖଲ କରିବ ଷ୍ଟେଟ୍ ବ୍ୟାଙ୍କ ।
୧୪-ରୁଷ୍ ଗତରାତିରେ ୟୁକ୍ରେନରେ ଭୟଙ୍କର ମିସାଇଲ ମାଡ଼ କରିଛି। ୟୁକ୍ରେନ ଭିତ୍ତିଭୂମି ଉପରେ ରୁଷ୍ ଗତକାଲି ୩୬ଟି କ୍ଷେପଣାସ୍ତ୍ର ମାଡ଼ କରିଛି।
୧୫-ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଆଜି ଶୁକ୍ରବାରରୁ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ୪ ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜରେ ଟିମ ଇଣ୍ଡିଆ ୧-୦ରେ ଆଗୁଆ ରହିଛି।
୧୬-୨୦ ଅତିରିକ୍ତ ହାଇକୋର୍ଟ ବିଚାରପତିଙ୍କୁ ସ୍ଥାୟୀ କରିବାକୁ କଲେଜିୟମ ସୁପାରିସ ।
୧୭-ଗତବର୍ଷ ଅଗଷ୍ଟ ୧୮ରେ ଘଟିଥିବା ବହୁଚର୍ଚ୍ଚିତ ସଫ୍ଟୱେର ଇଞ୍ଜିନିୟର ଶ୍ବେତା ଉତ୍କଳ କୁମାରୀ ଆତ୍ମହତ୍ୟା ମାମଲାରେ କମିସନରେଟ୍ ପୁଲିସ ପୁରୁଷବନ୍ଧୁ ସୌମ୍ୟଜିତ୍ ମହାପାତ୍ରଙ୍କୁ ଗିରଫ କରିଛି।
୧୮-ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ସବୁ ସଦସ୍ୟ ପଦ ଖାଲି ପ୍ରସଙ୍ଗ: ହାଇକୋର୍ଟଙ୍କ ଉଦ୍ବେଗ, ଜବାବ ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ ।
୧୯-କୃଷି ଓଡ଼ିଶାକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ: ନୂଆ ପ୍ରଯୁକ୍ତି ସହ ଅର୍ଥକାରୀ ଫସଲକୁ ଗୁରୁତ୍ବ ।
ସୁପ୍ରଭାତ ,ଶୁଭ ସକାଳ ।