ପାରାଦ୍ୱୀପ ଠାରେ ଉପାନ୍ତ ଖବର ପତ୍ରିକାର ବାର୍ଷିକ ଉତ୍ସବରେ ସମ୍ବର୍ଦ୍ଧିତ ହେଲେ ସାମ୍ବାଦିକ ସୁରକ୍ଷା ସମିତିର ସଭାପତି

Share

ପାରାଦ୍ୱୀପ –: ନ୍ୟୁଜ ଉପାନ୍ତ ଖବରର ତୃତୀୟ ବାର୍ଷିକ ଉତ୍ସବ ଉପଲକ୍ଷେ ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ପୋର୍ଟ କ୍ଲବ ପରିସରରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଏକ ସମାରୋହ ସଭା ଅନୁଷ୍ଠିତ ହୋଇଯାଇଛି !ଉକ୍ତ ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ କ୍ଷୁଦ୍ର ମଧ୍ୟମ ପତ୍ରକାର ସଭାପତି ତଥା କଥାକାର ଶ୍ରୀଯୁକ୍ତ ରବି ରଥ !ସମ୍ମାନିତ ଅତିଥି ଥିଲେ ଉପାନ୍ତ ଖବରର ମୁଖ୍ୟ ପରିଚାଳକ ମନୋଜ କୁମାର ସାହୁ, କିଷାନ ସେଲ ର ଅଧକ୍ଷ ଅମୀୟ କୁମାର ପଟ୍ଟନାୟକ, ମୁଖ୍ୟ ଯନ୍ତ୍ରୀ ଇଂ. ସଞ୍ଜୟ କୁମାର ଦାସ, ଉପମୁଖ୍ୟ ଯନ୍ତ୍ରୀ ନଗେନ୍ଦ୍ର ନାଥ ମହାରଣା, ଦିପେନ୍ଦ୍ର କୁମାର ସାହୁ, ଚିତ୍ତରଞ୍ଜନ ସାହୁ, ସମାଜସେବୀ ନଳିନୀ ପଣ୍ଡା, ରବୀନ୍ଦ୍ର ନାଥ ଜେନା, କମେଡି କିଙ୍ଗ ଟୁକୁନା ଷ୍ଟାଇଲିଷ୍ଟ, ହାସ୍ୟଭିନେତା ଶୁଭ୍ରକାନ୍ତ ରଣା, କ୍ରାଇମ ରିପୋର୍ଟର ଜିତେନ୍ଦ୍ର ସାହୁ, ଉପାନ୍ତ ଖବରର ଏଡିଟର ଗଣେଷ ବିଶୋଇ ଏବଂ ଅଜିତ କୁମାର ଦାଶ ! ଉପାନ୍ତ ଖବର ନ୍ୟୁଜ ଚାନେଲ କୁ ତୃତୀୟ ବର୍ଷ ପଦାର୍ପଣ କରିଥିବା ବେଳେ ବହୁ ଲୋକପ୍ରିୟତା ହାସଲ କରିବା ସହିତ ବହୁ ପ୍ରଶଂସାର ଅଧିକାରୀ ହୋଇପାରିଛି ବୋଲି ଆମନ୍ତ୍ରିତ ଅତିଥି ମାନେ ମତ ପ୍ରକାଶ କରିଥିଲେ ! ଏଥି ସହିତ ସାମ୍ବାଦିକ ସୁରକ୍ଷା ସମିତିର ସଭାପତି ଶରତ କୁମାର ଦାଶଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା !ଉପାନ୍ତ ଖବର କିପରି ପ୍ରସାର ପ୍ରଚାରରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ ସେଥିପାଇଁ ସମସ୍ତ ସମ୍ବାଦଦାତା ପ୍ରୟାସ କରିବାକୁ ଦୃଢ ନିଷ୍ପତି ନେଇଥିବାର ଦେଖିବାକୁ ମିଳିଥିଲା !

ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ଉପାନ୍ତ ଖବର ଓଡିଶା !