March 7, 2026

ବାଘୁଆ ମନ୍ଦିର ପଛ ପଡିଆରେ ହବ ବସନ୍ତ ମହୋତ୍ସବ ପରିଚାଳନା କମିଟିରେ ନିଷ୍ପତ୍ତି

WhatsApp Image 2024-01-17 at 7.14.03 PM
Share

ଗୁଣପୁର,୧୭l୧(ସୁରେନ୍ଦ୍ର ମହାନ୍ତି )-ଏଥର ଗୁଣପୁର ର ଦ୍ବାଦଶ ରାଜ୍ୟ ସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ ସ୍ଥାନୀୟ ବାଘୁଆ ମନ୍ଦିର ପଛପଟ ପଡିଆରେ ହବ ବୋଲି ଆଜି ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି । କାନ୍ଯାକା ପରେମେଶ୍ବରୀ ମନ୍ଦିର ପରିସରରେ ସଭାପତି ଅକ୍ଷୟ ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଗତବର୍ଷ ଉତ୍ସବ ହୋଇଥିବା ବଳରାମ ନଗର ସ୍ଥିତ ସରକାରୀ ପଡିଆ, ପୁରୁଣା ଗୁଣପୁର ରେ ଥିବା ରାଜୀବ ଗାନ୍ଧୀ ପଡିଆ ଓ ବାଘୁଆ ମନ୍ଦିର ପଛପଟେ ବଂଶଧାରା ହିଡକୁ ଲାଗିକରି ଥିବା ପଡିଆ ସମ୍ପର୍କରେ ଆଲୋଚନା ହୋଇଥିଲା। ଉତ୍ସବରେ ହେଉଥିବା ଜନ ଗହଳି, ଟ୍ରାଫିକ୍, ପାର୍କିଂ ଓ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି କୌ ପଡିଆ ହେଲୈ ଭଲହବ ସେନେଇ ସଦଶ୍ଯ ମାନଙ୍କ ମତାମତ ଲୋଡା ଯାଇଥିଲା। ଶେଷରେ ପଡିଆକୁ ଯାଇ କୌଟା ଭଲହବ ଦେଖିବା ପରେ ବାଘୁଆ ମନ୍ଦିର ପଛପଟ ପଡିଆ ପାଇଁ ଚୁଡାନ୍ତ ନିଷ୍ପତ୍ତି ନିଆଯାଇଛି। ଏହି ପଡିଆକୁ ପୁରୁଣା ବ୍ଲକ ଅଫିସ ଦେଇ ଗୋଟିଏ ରାସ୍ତା ଥିବାବେଳେ ରୁକୁଣୀ ହୋଟେଲ ଦେଇ ଓ ବାଘୁଆ ମନ୍ଦିର ଦେଇ ଦୂଇଟି ରାସ୍ତା ରହିଛି। ଅନେକ ଶାଖା ରାସ୍ତା ମଧ୍ୟ ଅଛି। ଏଣୁ ଉକ୍ତ ପଡିଆ ହିଁ ସବୁ ଦୃଷ୍ଟିରୁ ଭଲହବ ବୋଲି ଅନେକ ଶଦଶ୍ଯ ମତ ରଖିଥିଲେ। ଏହି ବୈଠକରେ କାର୍ଯ୍ଯକାରୀ ସଭାପତି ଏସ. ବାବା ପ୍ରଶାଦ, ପୌର ଉପାଧ୍ୟକ୍ଷ ଶିବ ପ୍ରଶାଦ ଗୌଡ, ବରିଷ୍ଠ ସଦଶ୍ଯ ଲାଡି ଗୋପାଳରାଓ, ଉମା ଚରଣ ପଟ୍ଟନାୟକ, ଭାଗିରଥି ବିଶ୍ବୋୟୀ, କୈଳାସ ଦାସଙ୍କ ସମେତ, ଉମା ଦାସ, ରାଜେଶ ପାଢି, ରାମ ପଣ୍ଡା, ପ୍ରମୋଦ ଦାସ, ପ୍ରଦୀପ ପାଢି, ଲକ୍ଷ୍ମୀ ମହାଙ୍କୁଡ, ମୀନକେତନ ନାଗ୍, ବିମଳ ମିଶ୍ର, ରମେଶ ମିଶ୍ର, ସପନ ଦାସ, ଶିବ ପାଢି, ଅଜିତ ପଣ୍ଡା, ମୁନା ପାଢି, ପ୍ରଶାନ୍ତ ମିଶ୍ର, ପ୍ରଶାନ୍ତ ସଡଙ୍ଗି ପ୍ରମୁଖ ଉପସ୍ଥିତ ଥିଲେ।