April 23, 2026

ପାରାଦୀପ ଠାରେ ଗଜପତି ଜିଲ୍ଲା ରୁ ପ୍ରକାଶ ପାଉଥିବା ଉପାନ୍ତ ଖବର ପାକ୍ଷିକ ପତ୍ରିକାର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

WhatsApp Image 2024-01-17 at 7.00.26 PM
Share

ଗଜପତି ଜିଲ୍ଲା ମୋହନା ଠାରେ ପ୍ରକାଶ ପାଉଥିବା ଉପାନ୍ତ ଖବର ପାକ୍ଷିକ ପତ୍ରିକାର ତୃତୀୟ ବାର୍ଷିକ ଉତ୍ସବ ଆଜି ପାରାଦୀପ ପୋର୍ଟ କ୍ଲବ ଠାରେ ଆଡମ୍ବର ସହ ଅନୁଷ୍ଠିତ ହୋଇଯାଇଛି। ଏହି ବାର୍ଷିକ ଉତ୍ସବରେ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସମ୍ପାଦକ ମାନଙ୍କ ରାଜ୍ୟ ସଭାପତି ତଥା ନବୀନ ସାପ୍ତାହିକ ସମ୍ବାଦ ପତ୍ର ର ସମ୍ପାଦକ ରବି ରଥ ସଭାପତିତ୍ବ କରିଥିବା ବେଳେ ଜଳସେଚନ ବିଭାଗ ମୁଖ୍ୟଯନ୍ତ୍ରୀ ଇଞ୍ଜିନିୟର ସଞ୍ଜୟ କୁମାର ଦାସ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହା ସହ ଗଜପତି ଜିଲ୍ଲା ଜଳସେଚନ ବିଭାଗ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇଞ୍ଜିନିୟର ନଗେନ୍ଦ୍ର ନାଥ ମହାରଣା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏହା ସଙ୍ଗେ ଶିଳ୍ପପତି ତଥା ପରିଚାଳନା ନିର୍ଦ୍ଦେଶକ ମନୋଜ କୁମାର ସାହୁ,, ଗଣ ଅଧିକାର ପତ୍ରିକାର ପ୍ରକାଶକ ଚିତ୍ତରଞ୍ଜନ ସ୍ବାଇଁ, କିଶାନ କଂଗ୍ରେସ ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ, ବରିଷ୍ଟ ସାମ୍ବାଦିକ ଜିତେନ୍ଦ୍ର କୁମାର ସାହୁ, ଶିଶୁ ସାହିତ୍ୟିକା ଚିନ୍ମୟୀ ପଣ୍ଡା, ସମାଜ ସେବିକା ନନ୍ଦିନୀ ପଣ୍ଡା, ପାରାଦୀପ ଓକିଲ ସଂଘ ଉପଦେଷ୍ଟା ରବୀନ୍ଦ୍ର କୁମାର ଜେନା, ଓଡ଼ିଶା କମେଡି କିଙ୍ଗ ଟୁକୁନା ଷ୍ଟାଇଲିଶ ଓ ହାସ୍ୟ ଅଭିନେତା ସୁଭ୍ରକାନ୍ତ ରଣାପ୍ରମୁଖ ଉପସ୍ଥିତ ଥିବା ବେଳେ ଏହାକୁ ସମାଜ ସେବୀ ସୋଭାକର ବେହେରା ସଭା ପରିଚାଳନା କରିଥିଲେ। ପତ୍ରିକାର ସମ୍ପାଦକ ଗଣେଶ ଚନ୍ଦ୍ର ବିଷୋୟୀ ସଂପାଦକୀୟ ବିବରଣୀ ପଠନ କରିବା ସହ ସମସ୍ତଙ୍କ ସହଯୋଗରେ ଓଡ଼ିଶାରେ ପତ୍ରିକା ଲୋକଙ୍କ ସ୍ଵର ରୂପେ କାର୍ଯ୍ୟ କରୁଥିବାରୁ ଉପସ୍ଥିତ ସାମ୍ବାଦିକ, ଅତିଥି ଏବଂ ପାଠକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପରିଚାଳନା ସମ୍ପାଦକ ପଣ୍ଡିତ ଅଜିତ କୁମାର ଦାସ, ଦେବାଶିଷ ପାଣି, ଦୁଃଶାସନ ନାୟକ ଙ୍କ ସମେତ ସମସ୍ତ ସାମ୍ବାଦିକ ଉତ୍ସବ କୁ ସୁ ପରିଚାଳନା କରିଥିଲେ। ଉପସ୍ଥିତ ଅତିଥି ମାନେ ଗଜପତି ଜିଲ୍ଲାର ଏକ ଦୁର୍ଗମ ଅଞ୍ଚଳରୁ ପତ୍ରିକା ପ୍ରକାଶ ପାଉଥିବାରୁ ଏହାର ପରିଚାଳନା ସମିତିକୁ ସାଧୁବାଦ ଅର୍ପଣ କରିଥିଲେ।

You may have missed