November 1, 2026

ଚୁଡୁଙ୍ଗପୁର ଗ୍ରାମର ମୌଳିକ ସମସ୍ୟା ନେଇ ବିଧାୟକଙ୍କ ଦ୍ୱାରସ୍ଥ ହେଲେ ସରପଞ୍ଚ ଓ ଗ୍ରାମବାସୀ ଡ୍ରେନ୍, ଗୋଷ୍ଠୀଗୃହ ଓ ଆଲୋକୀକରଣ ବ୍ୟବସ୍ଥା ପାଇଁ ଦାବି ଉପସ୍ଥାପନ

IMG-20261101-WA0021
Share

 

କାଶୀନଗର, ଗଜପତି: ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଚୁଡୁଙ୍ଗପୁର ଗ୍ରାମର ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ଦାବିରେ ଆଜି ସ୍ଥାନୀୟ ସରପଞ୍ଚ ଅଖିଳ ପାତ୍ରଙ୍କ ନେତୃତ୍ୱରେ ଗ୍ରାମବାସୀ ବିଧାୟକଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିଜ ଅଞ୍ଚଳର ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି।

ଗ୍ରାମରେ ଦୀର୍ଘଦିନ ଧରି ରହିଥିବା ଡ୍ରେନ୍ ନିର୍ମାଣ, ଏକ ଗୋଷ୍ଠୀଗୃହ ନିର୍ମାଣ ଏବଂ ବିଭିନ୍ନ ସ୍ଥାନରେ ଆଲୋକୀକରଣ ବ୍ୟବସ୍ଥା କରିବା ନେଇ ସେମାନେ ବିଧାୟକଙ୍କ ନିକଟରେ ଦାବି ଜଣାଇଥିଲେ।

ଗ୍ରାମାଞ୍ଚଳର ବିକାଶ ସହ ଜନସାଧାରଣଙ୍କୁ ମୌଳିକ ସୁବିଧା ଯୋଗାଇଦେବା ପାଇଁ ଉକ୍ତ କାର୍ଯ୍ୟଗୁଡ଼ିକର ତୁରନ୍ତ ଆବଶ୍ୟକତା ରହିଥିବା ସରପଞ୍ଚ ଓ ଗ୍ରାମବାସୀ ମତ ପ୍ରକାଶ କରିଥିଲେ। ଏଥିସହ ଦାବିଗୁଡ଼ିକୁ ଗୁରୁତ୍ୱ ଦେଇ ଶୀଘ୍ର ଆବଶ୍ୟକୀୟ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନେବାକୁ ବିଧାୟକଙ୍କୁ ଅନୁରୋଧ କରିଥିଲେ।

ବିଧାୟକଙ୍କ ନିକଟରେ ନିଜ ଅଞ୍ଚଳର ସମସ୍ୟା ଓ ଦାବି ଉପସ୍ଥାପନ କରିବା ପରେ ଗ୍ରାମର ଉନ୍ନୟନମୂଳକ କାର୍ଯ୍ୟ ଶୀଘ୍ର ଆଗେଇବ ବୋଲି ଗ୍ରାମବାସୀ ଆଶା ପ୍ରକାଶ କରିଛନ୍ତି।

You may have missed