March 13, 2026

ସରକାରୀ ବାଳିକା ଉଚ୍ଚ ବିଧ୍ୟାଳୟର ଛାତ୍ରୀଙ୍କ ଦ୍ଵାରା ଟ୍ରାଫିକ ସଚେତନ ବାର୍ତ୍ତା

WhatsApp Image 2023-01-17 at 3.24.35 PM
Share

କୋଟପାଡ଼ : ନୂଆ ଟ୍ରାଫିକ ନିୟମ ପାଳନ ଓ ସଡ଼କ ଦୁର୍ଘଟଣା କମାଇବା ଦିଗରେ କୋଟପାଡ଼ ଅଞ୍ଚଳରେ ସଚେତନତା ପାଇଁ ବାଳିକା ଉଚ୍ଚ ବିଦ୍ୟାଳୟ, କୋଟପାଡ଼ର ସମସ୍ତ ଛାତ୍ରୀ,ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ଵାରା ୩୩ ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ସଚେତନତା ଶୋଭାଯାତ୍ରା ଆରମ୍ଭ ହୋଇଥିଲା।ପ୍ରଥମ ଦିନରେ ସଡ଼କ ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଲାଗି ଏକ ଶୋଭାଯାତ୍ରା ବିଦ୍ୟାଳୟ ପରିସରରୁ ବାହାରି କେନ୍ଦୁଗୁଡ଼ା ପର୍ଯ୍ୟନ୍ତ ପରିକ୍ରମା କରିଥିଲା ଅନ୍ୟପକ୍ଷରେ ମଦ୍ୟପାନ କରି ଗାଡ଼ି ନ ଚଳାଇବା, ଟ୍ରାଫିକ ନିୟମ ମାନିବା, ଦ୍ରୁତଗତିରେ ଗାଡ଼ି ନ ଚଳାଇବା, ହେଲମେଟ୍ ପିନ୍ଧିବା, ସିଟ୍ ବେଲ୍ଟ ବାନ୍ଧିବା, ଗାଡ଼ି ଚଳାଇବା ବେଳେ ମୋବାଇଲ୍ ବ୍ୟବହାର ନ କରିବା, କ୍ଷମତାଠାରୁ ଅଧିକ ଲୋକ ବାଇକ୍‌ରେ ନ ବସିବା ଭଳି ନିୟମକୁ ଧରିଥିବା ପ୍ଲା କାର୍ଡ ମାଧ୍ୟମରେ ସଡକ ସୁରକ୍ଷା ସମ୍ପର୍କିତ ବାର୍ତ୍ତା ଲେଖି ପ୍ରଦର୍ଶନ କରି ସ୍ଲୋଗାନ ମାଧ୍ୟମରେ ଗାଡ଼ି ଚାଳକ ଏବଂ ସର୍ବ ସାଧାରଣଙ୍କୁ ସଚେତନତା ବାର୍ତ୍ତା ଖେଳାଇ ଥିଲେ। ଏହି ଶୋଭାଯାତ୍ରା ପଛରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସବିତା ମାଦଳାଙ୍କର ପ୍ରଚ୍ଛନ୍ନ ପ୍ରଚେଷ୍ଟା ଥିଲା ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗ କ୍ରମେ ସାଫଲ୍ୟ ମଣ୍ଡିତ ହୋଇଥିଲା। ଶୋଭାଯାତ୍ରାର ନେତୃତ୍ବ ବିଦ୍ୟାଳୟ ଇକୋ କ୍ଳବ୍ ର ଅଧ୍ୟକ୍ଷ ଶ୍ରୀ ରତିକାନ୍ତ ମହାନ୍ତି , ଖେଳ ଶିକ୍ଷୟିତ୍ରୀ ତଥା ଗାଇଡ ଶିକ୍ଷୟିତ୍ରୀ ସୁଶ୍ରୀ ପ୍ରବାସିନୀ ଲିମାଲ୍,ଶ୍ରୀମତୀ ପ୍ରିୟଦର୍ଶିନୀ ମଣ୍ଡଳ, ଶ୍ରୀମତୀ ବନିତା ମହାନ୍ତି, ଶ୍ରୀମତୀ ଦମୟନ୍ତୀ ସାହୁ, ସୁଶ୍ରୀ ସାଇତା ଗୋଲାରି, ଶ୍ରୀ ବିଶ୍ଵ ଆକାଶ ବିଭାର, ଶ୍ରୀ ସୁଜିତ୍ ସରକାର,ଶ୍ରୀ ପନିର ପୁଷ୍କର ସାଗରଙ୍କ ସହ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତାଙ୍କ ଅପାର ସହଯୋଗ ରହିଥିଲା।ଏହି କାର୍ଯ୍ୟକ୍ରମ ଓ ଶୋଭାଯାତ୍ରାକୁ କୋଟପାଡ଼ର ବୁଦ୍ଧିଜିବୀ ବୃନ୍ଦ, ଶିକ୍ଷିତ ଗୋଷ୍ଠୀ ଏବଂ କୋଟପାଡ଼ ନିର୍ବାଚନ ମଣ୍ଡଳୀର ଅଧ୍ୟକ୍ଷ ବେଶ୍ ପ୍ରଶଂସା କରିଥିଲେ।
କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟନାୟିକ ଙ୍କ ରିପୋର୍ଟ ନି ଉ ସ ଉପାନ୍ତ ଓଡିଶା