April 29, 2026

ଶତାବ୍ଦୀ କ୍ଲବ ପକ୍ଷରୁ ଦିବାରାତ୍ରି କ୍ରିକେଟ ଟୁର୍ଣାମେଣ୍ଟ , ହଳଦିପଦା ମାର୍କେଟ ୧୧ ଚମ୍ପିୟାନ

IMG-20251216-WA0077
Share

 

ବାଲେଶ୍ବର ( ଦେବାଶିଷ ଦାଶ )

 

 

ରୂପସା ଥାନା ଅନ୍ତର୍ଗତ ଆଙ୍କୋ ପଞ୍ଚାୟତ ଶତାବ୍ଦୀ କ୍ଲବ ପକ୍ଷରୁ ଦିବାରାତ୍ରି କ୍ରିକେଟ ଟୁର୍ଣାମେଣ୍ଟ ଆୟୋଜିତ ହୋଇଯାଇଛି। ବାଲେଶ୍ଵର ଜିଲ୍ଲା ପୂର୍ବତନ ସାଂସଦ ଇ. ରବୀନ୍ଦ୍ର କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳକୁ ଫିତା କାଟି ଉଦଘାଟନ କରିଥିଲେ। ଏହି ଖେଳରେ ୮ ଟି ଟିମ୍ ଭାଗ ନେଇ ଥିବାବେଳେ ଫାଇନାଲ ଖେଳ ମାର୍କେଟ ଇଲେଭେନ, ହଳଦୀପଦା ଓ ରୁପେଶ୍ୱରି ଇଲେଭେନ, ରୂପସା ମଧ୍ୟରେ ଖେଳା ଯାଇଥିଲା, ତନ୍ମଧ୍ୟରୁ ମାର୍କେଟ ଇଲେଭେନ ଚମ୍ପୟାନ ହୋଇଥିଲା। ଖେଳ ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ରୂପସା ଥାନା ଅଧିକାରୀଣି ମୌସୁମୀ ମହାନ୍ତି ଯୋଗ ଦେଇ ଖେଳାଳି ଙ୍କୁ ଉତ୍ସାହିତ କରିବା ସହ ବିଜେତା ଓ ଉପ ବିଜେତା ଟିମ୍ ଙ୍କୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶତାବ୍ଦୀ କ୍ଲବ ର ବରିଷ୍ଟ ଉପଦେଷ୍ଟା ବରଦା ପ୍ରସନ୍ନ ପଟ୍ଟନାୟକ ଓ ପୂର୍ବତନ ଖେଳ ଶିକ୍ଷକ ଜିତେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। କ୍ଲବ ର ସଭାପତି ପ୍ରଶାନ୍ତ ପଟ୍ଟନାୟକ ଙ୍କ ସହ ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ପରିଶେଷରେ ସମ୍ପାଦକ ରତନ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।

You may have missed