March 7, 2026

ଯୁବକଂଗ୍ରେସ ସଭାପତି ରଞ୍ଜନ ଦାସଙ୍କୁ ସମ୍ବର୍ଦ୍ଧନା .

IMG-20251216-WA0076
Share

 

 

ବାଲେଶ୍ବର ( ଦେବାଶିଷ ଦାଶ )

 

ବାଲେଶ୍ଵର ଜିଲ୍ଲା ଯୁବ କଂଗ୍ରେସ ସଭାପତି ଭାବରେ ଯୁବନେତା ରଞ୍ଜନ ଦାସଙ୍କ ନାମ ଘୋଷଣା କରାଯାଇଛି। ରଞ୍ଜନ ପୂର୍ବରୁ ଯୁବ କଂଗ୍ରେସ ସଭାପତି ଭାବରେ କାର୍ଯ୍ୟ କରୁଥିଲେ। ତାଙ୍କ କାର୍ଯ୍ୟଦକ୍ଷତା ଦେଖି ପୁଣି ଯୁବ କଂଗ୍ରେସ ସଭାପତି ଦାୟିତ୍ୱ ଦିଆଯାଇଛି। ଏନେଇ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ରେମୁଣା ବିଧାୟକ ସୁଦର୍ଶନ ଜେନା, ପୂର୍ବତନ ଜିଲ୍ଲା ସଭାପତି ସଞ୍ଜିବ ଗିରି, ସରୋଜ ଲେଙ୍କା, ବରିଷ୍ଠ ନେତା ପଦ୍ମଲୋଚନ ଲେଙ୍କା, ଯୁବନେତା ତୁଷାର କାନ୍ତି ତପସି ପ୍ରମୁଖ ଉପସ୍ଥିତ ଥିଲେ।