November 18, 2026

ଅଲ୍ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନ୍ ପୁରୀ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

IMG-20261116-WA0085
Share

ଅଲ୍ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନ୍ ପୁରୀ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା lଆଜି ୧୬-୧୧-୨୬ରିଖ ଦିବା୧୦.୩୦ଘଣ୍ଟାରୁ ଆରମ୍ଭ ହୋଇଥିଲା। ସଭାପତି କୈଳାସ ଚନ୍ଦ୍ର ସାହୁଓ ଉପସଭାପତି ସତ୍ୟପ୍ରିୟ ସାମନ୍ତରାୟ, ସଂପାଦକ ସଂଜିତ କୁମାର ମହାନ୍ତି, କାର୍ଯ୍ୟକାରୀ ସଂପାଦିକା ମନ୍ଦାକିନୀ ଆଚାର୍ଯ୍ୟ,ଉପଦେଷ୍ଟା, ରାମଚନ୍ଦ୍ର ମିଶ୍ର,ରବିନ୍ଦ୍ରପାଣି,ପ୍ରଶନ୍ନ କୁମାର ଦାସଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରୁ ୪୨ଜଣ ସଭ୍ୟ ,ସଭ୍ୟା ମାନେ ଉପସ୍ଥିତ ରହି ଧାରଣା କାର୍ଯ୍ୟକ୍ରମ କୁ ସଫଳତାରେ ରୂପାନ୍ତର କରିଥିଲେ।ସର୍ବନିମ୍ନ ପେନସନ ୯୦୦୦ଟଙ୍କା, ମହଙ୍ଗା ଭତ୍ତା, ନିଶୁଳ୍କ ଚିକିତ୍ସା, ସୁପ୍ରିମକୋର୍ଟ ରାୟ ଅନୁଯାୟୀ ହାଇୟର ପେନସନ, ଦାବି ପାଇଁ ସ୍ଲୋଗାନ ଦେବାପରେ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଏହି ଧାରଣା କାର୍ଯ୍ୟକ୍ରମ ରେ ସଭ୍ୟ ଅଶୋକ ପଟ୍ଟନାୟକ, ଲୋକନାଥ ଦିକ୍ଷୀତ, ଗଦାଧର ବେହେରା, ଲକ୍ଷ୍ମୀ ଧରପ୍ରଧାନ,ପଦ୍ମଚରଣ ପରିଡ଼ା, ଲକ୍ଷ୍ମଣ ଆଚାର୍ଯ୍ୟ, କୈଳାସ ନାୟକ,ଧିରେନ୍ଦ୍ର ମହାନ୍ତି,ରାଘବ ସାହୁ, ମହେଶ୍ୱର ମହାପାତ୍ର ବିରେନ୍ଦ୍ର ବରାଳ, ତ୍ରିଲୋଚନ ବରାଳ ପ୍ରମୁଖ ସଭ୍ୟ ମାନେ ଯୋଗଦାନ କରିଥିଲେ। ସରକାର ଦାବି ଯଥା ଶୀଘ୍ର ପୂରଣ ନକଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରି ରାଜରାସ୍ତାକୁ ଓହ୍ଲାଇବେ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ ।ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l